Friday, December 20, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ନିର୍ଝରଣୀ ସାହିତ୍ୟ ସଂସଦ ପକ୍ଷରୁ କବୟିତ୍ରୀ ସ୍ୱର୍ଣ୍ଣକାନ୍ତି ପତି ସମ୍ବର୍ଦ୍ଧିତ ।

ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ନିର୍ଝରଣୀ ସାହିତ୍ୟ ସଂସଦ ପକ୍ଷରୁ କବୟିତ୍ରୀ ସ୍ୱର୍ଣ୍ଣକାନ୍ତି ପତି ସମ୍ବର୍ଦ୍ଧିତ ।

ପଦ୍ମପୁର-ବଲାଙ୍ଗୀର ଜିଲ୍ଲାର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ନିର୍ଝରଣୀ ସାହିତ୍ୟ ସଂସଦ, କଣ୍ଟାବାଞ୍ଜି ତରଫରୁ ବରଗଡ଼ ଜିଲ୍ଲା ପଦ୍ମପୁରର ବରିଷ୍ଠ କବୟିତ୍ରୀ ସ୍ୱର୍ଣ୍ଣକାନ୍ତି ପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପ୍ରାପ୍ତ ବିବରଣୀରୁ ପ୍ରକାଶ ଯେ, ସାହିତ୍ୟ, ସଂସ୍କୃତି, କଳା, ପରିବେଶ ଓ ସେବାର ମହା ସଙ୍ଗମ ନିର୍ଝରଣୀ ଅନୁଷ୍ଠାନ ଇତି ମଧ୍ୟରେ ତାର ତ୍ରୟୋଦଶ ରାଜ୍ୟ ସ୍ତରୀୟ ବାର୍ଷିକ ସାରସ୍ଵତ ସମାବେଶ ସ୍ଥାନୀୟ ଜି ଆର୍ ପ୍ୟାଲେସ ଠାରେ ମହା ସମାରୋହରେ ପାଳନ କରିଛି । ତିନୋଟି ଅଧିବେଶନରେ ଆୟୋଜିତ ଉକ୍ତ ଉତ୍ସବକୁ ସ୍ଵତନ୍ତ୍ର ବିକାଶ କମିଟି ପ୍ରାକ୍ତନ ଉପାଧ୍ୟକ୍ଷା ନିରୁପମା ମାଝୀ ଉଦ୍ଘାଟନ କରିଥିଲେ ।

କବି ଭିକାରୀ ଚରଣ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରଥମ ଅଧିବେଶନ ବହୁଭାଷୀ କବିତା ଆସର ରେ ଡ. ବିଜୟ ଶର୍ମା, ନୀଳମଣି ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବା ବେଳେ କବୟିତ୍ରୀ ସ୍ୱର୍ଣ୍ଣକାନ୍ତି ପତି, ସଂଯୁକ୍ତା ପରିଚ୍ଛା, ସଂଯୁକ୍ତା ଚନ୍ଦନ ପ୍ରମୁଖ ମଞ୍ଚାସୀନ ହୋଇ କବିତା ଗୁଡ଼ିକ ସଂଯୋଜନା କରିଥିଲେ ।  ପ୍ରତିଷ୍ଠାତା ସମ୍ପାଦକ ବିରଞ୍ଚି ନାରାୟଣ ଦାସ ସ୍ଵାଗତ ଭାଷଣ ଦେଇଥିବା ବେଳେ ସାଂସ୍କୃତିକ ସମ୍ପାଦକ ମାନସ ଜାଲ ମଞ୍ଚ ପରିଚାଳନା କରିଥିଲେ ।

ସେହିପରି ଦ୍ବିତୀୟ ଅଧିବେଶନରେ ତହସିଲାଦାର ଅଞ୍ଜଳି ମାଝୀ ମୁଖ୍ୟ ଅତିଥି, ଡ ଯୁଗଳ କିଶୋର ଷଡ଼ଙ୍ଗୀ, ସବିତା ଭୋଇ, ରବି ନାରାୟଣ ତ୍ରୀପାଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ଅଧିବେଶନରେ ପୂର୍ବତନ ବିଧାୟକ ଆୟୁବ ଖାଁ ମୁଖ୍ୟ ଅତିଥି, କିଶାନ୍ ଦିୱାନ୍ ମୁଖ୍ୟ ବକ୍ତା, ଈଶ୍ୱର ଚନ୍ଦ୍ର ଖମାରୀ, କପିଳେଶ୍ୱର ଖମାରୀ, ମୃତ୍ୟୁଞ୍ଜୟ ତ୍ରିପାଠୀ, ସୂର୍ଯ୍ୟକାନ୍ତ ରଣା ପ୍ରମୁଖ

ଓଡ଼ିଆ ସାହିତ୍ୟ ପାଇଁ ସମର୍ପିତ କବୟିତ୍ରୀ ସ୍ୱର୍ଣ୍ଣକାନ୍ତି ପତିଙ୍କୁ ଶାଲ, ପୁଷ୍ପଗୁଚ୍ଛ, ସ୍ମୃତି ଫଳକ,ପୁସ୍ତକ ଓ ମାନପତ୍ର ସହ ଅନୁଷ୍ଠାନର ସମ୍ମାନ ଜନକ ସୁମତୀ ବେହେରା ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ ।ପ୍ରକାଶ ଥାଉ କି ଶ୍ରୀମତୀ ପତି ବୃତ୍ତିରେ ଜଣେ ଶିକ୍ଷିକା ହେଲେ ମଧ୍ୟ ନିଶା ତାଙ୍କର ସାହିତ୍ୟ ।ଜଣେ ଦକ୍ଷ ସଂଯୋଜିକା, ମଞ୍ଚ ପରିଚାଳିକା, ପ୍ରବଚିକା,ସମୀକ୍ଷିକା ରୂପେ ବେଶ ସୁନାମ ଅର୍ଜନ କରିଛନ୍ତି ।ତାଙ୍କ ଗଳ୍ପ, କବିତା,ଓ ପ୍ରବନ୍ଧ ବେଶ ପାଠକୀୟଙ୍କ ଦ୍ୱାରା ଆଦୃତ ହୋଇପାରିଛି । ଏହି ଖବର ମିଳିବା ପରେ କବୟିତ୍ରୀ ଶ୍ରୀମତୀ ପତିଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି ।

error: Content is protected !!