ପାଇକମାଳ – ପାଇକମାଳ ବ୍ଲକ ଅନ୍ତର୍ଗତ ସୋଡା ଗ୍ରାମରେ ଅଖଣ୍ଡ ଶୋହଳ ପ୍ରହରୀ ନାମ ଯଜ୍ଞ ପୂର୍ଣ୍ଣାହୁତି ହୋଇଛି। ଗ୍ରାମବାସୀଙ୍କ ଦ୍ବାରା ଅନୁଷ୍ଠିତ ହୋଇଥିବା ଏହି ନାମଯଜ୍ଞ ମୁଖ୍ୟ ଆକର୍ଷଣ ଗୋଟେ ଜନ ସଚେତନତା ବାର୍ତ୍ତା। ପରିବେଶ ସୁରକ୍ଷା କ୍ଷେତ୍ରରେ ଦିଆଯାଉଥିଲା ସ୍ଵତନ୍ତ୍ର ଧ୍ୟାନ। ଜଙ୍ଗଳ ଥିବା ଗଛ ନ କାଟି ବାଉଁଶଦ୍ଵାରା ଯଜ୍ଞ ମଣ୍ଡଳୀ ନିର୍ମାଣ କରାଯାଇଥିଲା। ଯାହାକି ଆଜି ସମାଜରେ ପରିବେଶ ସୁରକ୍ଷା ପାଇଁ ଗଛ ହିଁ ଜୀବନ ର ଆବଶ୍ୟକତା ବାର୍ତ୍ତା ବହନ କରୁଥିଲା। ଆଜିକାର ସମାଜରେ ଗାଁ ଗାଁ ରେ ନାମଯଜ୍ଞ ମାନ ଅନୁଷ୍ଠିତ ହୋଇ ଗଛକାଟି ମଣ୍ଡଳୀ କରାଯାଉଥିବା ବେଳେ ବାଉଁଶ ଓ ଟେଣ୍ଡ ଦ୍ଵାରା ମଣ୍ଡଳୀ ତିଆରି କରି ଏପରି ଭୂମିକା ନିର୍ବାହ ଦ୍ଵାରା ସମାଜ ପାଇଁ ଏକ ବାର୍ତ୍ତା ବହନ କରିବାସହ ପରିବେଶ ସୁରକ୍ଷା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ସଦୃଶ୍ୟ ହୋଇଥିବାରୁ ଅନେକ ପରିବେଶ କର୍ମୀ ମାନେ ଗ୍ରାମବାସୀଙ୍କୁ ଧନ୍ୟ ମନେ କରିଛନ୍ତି।ସରପଞ୍ଚ ଦିଲ୍ଲୀପ ବେହେରା,ଦେବାର୍ଚ୍ଚନ ସାହୁ,କିଶୋର ରଣା,ବିଶି ରଣା, ଟଙ୍କଧର ପ୍ରଧାନ, ବୈକୁଣ୍ଠ ପ୍ରଧାନ, ଶ୍ୟାମ ରଣା ପ୍ରମୁଖ ଗ୍ରାମବାସୀଙ୍କ ଉଦ୍ୟମରେ ଅନୁଷ୍ଠିତ ଏହି ଅଖଣ୍ଡ ଶୋହଳ ପ୍ରହରୀ ନାମଯଜ୍ଞରେ ଅଞ୍ଚଳର ସୋଡ଼ା ୧/୨, ବୈତାଲଭଟ୍ଟା, ମୁନେକେଲ,ଗୌଡ଼ମାଲ, ଖରମୁଣ୍ଡା,ଲିଙ୍ଗମାର୍ଣିଂ,ବ୍ରାହ୍ମଣି ଆଦିଗ୍ରାମର ସଂକୀର୍ତ୍ତନ ଦଳ ଯୋଗଦେଇ ମହାପ୍ରଭୁଙ୍କ ନାମ ସଂକୀର୍ତ୍ତନରେ ସହଭାଗିତା କରିଥିଲେ। ଯଜ୍ଞକର୍ତ୍ତା ଭାବେ ମହେନ୍ଦ୍ର ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ କଳ୍ପନା ପ୍ରଧାନ ଦାୟିତ୍ଵ ନିର୍ବାହ କରିଥିବା ବେଳେ ପଣ୍ଡିତ ହୃଷୀକେଶ ଦେବତା ଓ ସାଥୀଙ୍କ ସହ ପଞ୍ଚାନନ ବିଶି ଙ୍କ ଦ୍ବାରା ଯଜ୍ଞ କାର୍ଯ୍ୟ ସମ୍ପାଦନ କରାଯାଇଥିଲା। ଯଜ୍ଞ ପୂର୍ଣ୍ଣାହୁତି ପରେ ବୈଠକି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ କୃପାସିନ୍ଧୁ ପ୍ରଧାନ ସଂଯୋଜନା କରିଥିଲେ। ଏହି ସମୟରେ ବିଶିଷ୍ଟ ବ୍ୟକ୍ତି ଓ ସମସ୍ତ ସଂକୀର୍ତ୍ତନ ଦଳଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ଗ୍ରାମବାସୀଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ପ୍ରକୃତି ବନ୍ଧୁ ଶ୍ରୀ ଧିରେନ ମହାନ୍ତି ଓ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଆବାହକ ଦୁର୍ଯୋଧନ ପୁଟା,କୃଷକ ସଂଗଠନ ନେତା ଲିଙ୍ଗରାଜ ପ୍ରଧାନ, ଟଙ୍କଧର ସାହୁ,ଗୋବର୍ଦ୍ଧନ ଭୋଇ, ଭୋଜରାଜ ସିଂ ବରିହା ,ବାଲ୍ମୀକି ନାୟକ ପ୍ରମୁଖ ଅତିଥି ମାନେ ମଧ୍ୟ ଯୋଗ ଦେଇଥିଲେ।