Sunday, April 20, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବ୍ଲକ ଶିକ୍ଷାଧିକାରୀ କାର୍ଯ୍ଯଳୟରେ ସମିକ୍ଷା ବୈଠକ ଅନୁଷ୍ଠିତ।

ବ୍ଲକ ଶିକ୍ଷାଧିକାରୀ କାର୍ଯ୍ଯଳୟରେ ସମିକ୍ଷା ବୈଠକ ଅନୁଷ୍ଠିତ।

ବରପାଲି-ବରପାଲି ବ୍ଲକ ଶିକ୍ଷାଧିକାରୀ କାର୍ଯ୍ଯାଳୟ ପରିସରରେ ଶିକ୍ଷା କ୍ଷେତ୍ରିୟ ସମିକ୍ଷ ଆଲୋଚନା ହୋଇଯାଇଛି। ଶୁକ୍ରବାର ପୁର୍ବାହ୍ନରେ ଗୋଷ୍ଠୀ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ସମିକ୍ଷା ବୈଠକ ବ୍ଲକ ଶିକ୍ଷା ଅଧିକାରୀ ମୁକୁନ୍ଦ ମହାରଙ୍କ ଅଧ୍ୟକ୍ଷତାରେ ପରିଚାଳିତ ହୋଇଥିଲା। ବିଭାଗିୟ ସମସ୍ତ ସି.ଆର.ସି.ସି,ବି.ଆର.ସି ଦୁର୍ଯ୍ଯୋଧନ ସିଂ,ଏ.ବି.ଇ.ଓ ରତ୍ନାକର ଭୋଇ ପ୍ରମୁଖଙ୍କ ଉପସ୍ଥିତିରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ବୈଠକରେ ଏଫ.ଏଲ.ଏନ, ଶ୍ରେଣୀ ପର୍ଯ୍ଯବେକ୍ଷଣ,ଆର.ଏ.ଏ, ସ୍କୁଲ ଜମି ପଟା,ଏନ.ଏମ.ଏମ.ଏସ,ନବୋଦୟ ପରୀକ୍ଷାର ରେଜିଷ୍ଟ୍ରସନ,ନାସନାଲ ଆଚିପମେଣ୍ଟ ସର୍ଭେ ପାଇଁ ତୃତୀୟ, ଷଷ୍ଠ ଓ ନବମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପ୍ରସ୍ତୁତି ସମ୍ବନ୍ଧରେ ତଦାରଖ, ସେଫଟି ସିକ୍ଯୁରିଟି ଗ୍ରାଣ୍ଟର ଡିଜି ଗଭ ପେମେଣ୍ଟ ସହ ଏମ ଡି ଏମ ର ୟୁ ସି ଜମା ଇତ୍ୟାଦି ବିଷୟକୁ ନେଇ ଆଲୋଚନା ହୋଇଥିଲା। ସେହିପରି ସଠିକ ରୂପେ ଉପରୋକ୍ତ ବିଷୟ ମାନ ପରିଚାଳିତ ହୋଇପାରିବ ବ୍ଲକ ଶିକ୍ଷା ଅଧିକାରୀ ମୁକୁନ୍ଦ ମାହରା ବୁଝାଇବା ସହିତ ଆଗାମୀ ବିଭିନ୍ନ କାର୍ଯ୍ୟପନ୍ଥା ମାନ ସ୍ଥିରିକୃତ ହୋଇଥିଲା l ପରିଶେଷରେ ବି ଆର ସି ସି ଦୁର୍ଯ୍ଯୋଧନ ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ଜଣାଇବା ସହବ୍ଲକ ସ୍ତରୀୟ ଶିକ୍ଷାର ଦୃଢତା ଏବଂ ଅଗ୍ରଗତି ପାଇଁ ଆମ ସମସ୍ତଙ୍କ ସହଯୋଗ ଦରକାର ବୋଲି ମତାମତ ଦେଇଥିଲେ l

error: Content is protected !!