Saturday, March 7, 2026
Homeଅଘଟଣଡ଼ାକ କର୍ମଚାରୀ ମୋତିଲାଲ ଦୁର୍ଗାଙ୍କ ପରଲୋକ।

ଡ଼ାକ କର୍ମଚାରୀ ମୋତିଲାଲ ଦୁର୍ଗାଙ୍କ ପରଲୋକ।

କଳାହାଣ୍ଡି(ବିଘ୍ନେଶ୍ୱର ନାୟକ-ପିଙ୍କୁ)-କଳାହାଣ୍ଡି ଜିଲ୍ଲା, ଧର୍ମଗଡ ବ୍ଲକ ଅନ୍ତର୍ଗତ ବଡ଼ଫୁର୍ଲା ଗ୍ରାମର କାର୍ଯ୍ୟରତ ଡାକ କର୍ମଚାରୀ ମୋତିଲାଲ ଦୁର୍ଗା (୫୯) ଗତ ରାତି ୧ ଘ ରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ସେ କିଛି ମାସ ହେଲା ଅସୁସ୍ଥ ହୋଇ ଚିକିତ୍ସିତ ହୋଇ ଆସୁଥିଲେ। ବର୍ତମାନ ସେ ନିଜ ଗ୍ରାମ ବଡ଼ଫୁର୍ଲା ଡାକଘରରେ ଡାକ କର୍ମଚାରୀ ଭାବରେ କାର୍ଯ୍ୟରତ ଥିଲେ। କିନ୍ତୁ ଅସୁସ୍ଥତା ହେତୁ କିଛି ମାସ ଅନେକ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହୋଇ ଘରେ ରହି ଆସୁଥୁଲେ। କିନ୍ତୁ ହଠାତ୍ ତାଙ୍କର ପର ଲୋକ ହେଲା ପରେ ଆଜି ସମସ୍ତେ ଦୁଃଖରେ ଭାଙ୍ଗି ପଡିଛନ୍ତି ।

ମୃତ୍ୟୁ ବେଳେ ତାଙ୍କ ଧର୍ମପତ୍ନୀ ତ୍ରିବେଣୀ ଦୁର୍ଗା, , ପୁଅ ପଦ୍ମନାଭ ଦୁର୍ଗା, ବୋହୁ,ନାତି, ନାତୁଣୀ, ଝିଅ ରଶ୍ମିଲତା ମଙ୍ଗରାଜ, ଜ୍ବାଇଁ,ଭାଇ, ବନ୍ଧୁ ସମସ୍ତେ ଉପସ୍ଥିତ ଥିବା ବେଳେ ତାଙ୍କର ସାନ ଜୁଇ କମଳ ଲୋଚନ ମଙ୍ଗରାଜ ଜଣେ ଆର୍ମି ଅଫିସର ଥିବା ରୁ ସେ ଠିକ ସମୟରେ ଉପସ୍ଥିତ ହୋଇ ନପାରି ଦୁଃଖ ପ୍ରକାଶ କରିଥିଲେ । ସେ ଜଣେ ମହିମା ଧର୍ମ ଗ୍ରହଣ କରିଥିବାରୁ ଗ୍ରାମ୍ୟ ଶ୍ମଶାନରେ ତାଙ୍କ ଶେଷ କୃତ୍ୟ ମହିମା ଧର୍ମପରମ୍ପରା ଅନୁସାରେ ସଂପନ୍ନ କରାଯାଇଛି।

error: Content is protected !!