ବିଜେପୁର(ନିରଞ୍ଜନ ତ୍ରିପାଠୀ)-ଶ୍ରାବଣ ମାସ ସୋମବାର ହେଉଛି ଭୋଳାନାଥଙ୍କ ପ୍ରିୟ ।ଏହି ଦିନ ରେ ଶିବାଳୟ ମାନଙ୍କରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ହଜାର ହଜାର କାବଡିଆ କାନ୍ଧରେ ଜଳ କଳସ ବୋହି ଖାଲି ପାଦରେ ଚାଲି ଚାଲି ଆସିଥାନ୍ତି ବାବାଙ୍କ ଅଭିଷେକ କରିବା ପାଇଁ ।ଶ୍ରାବଣ ମାସରେ ବାବାଙ୍କୁ ଜଳାଭିଷେକ କଲେ ବାବା ସବୁ ମନସ୍କାମନା ପୂର୍ଣ୍ଣ କରନ୍ତି ବୋଲି ବିଶ୍ୱାସ ରହିଛି ।ତେବେ ଏମିତି ବି ମନାଯାଏ ଯେ ଦୂରଦୂରାନ୍ତରୁ ଚାଲି ଚାଲି ଆସୁଥିବା କାବଡିଆ ଭକ୍ତଙ୍କ ସେବା କରିବା ମଧ୍ୟ ସ୍ଵୟଂ ଭୋଳାନାଥଙ୍କ ସେବା କରିବା । ତେଣୁ ଅନେକ ଶ୍ରଦ୍ଧାଳୁ ଭକ୍ତମାନେ କାବଡ଼ିଆଙ୍କ ପାଇଁ ରାସ୍ତାରେ ଖାଇବା ,ପିଇବା ତଥା ଥକା ମାରିବା ପାଇଁ ବ୍ୟବସ୍ଥା କରିଥାନ୍ତି ।
ତେବେ ଏହି ପରିପେକ୍ଷିରେ ଆଜି ବରଗଡ ଜିଲ୍ଲା ବିଜେପୁର ବ୍ଲକ୍ ଅନ୍ତର୍ଗତ ପଡ଼ା ପଞ୍ଚାୟତ ପୁଖାମୁଣ୍ଡା ଶ୍ରୀ ଶ୍ରୀ ବାବା ଷଣ୍ଢେଶ୍ଵର ମନ୍ଦିର ଠାରେ ମନ୍ଦିର କମିଟି ପକ୍ଷରୁ ଚା ବିସ୍କୁଟ ବଣ୍ଟନ କରାଯାଉଛି।ଏହି ବଣ୍ଟନ କାର୍ଯ୍ୟକ୍ରମରେ ମନ୍ଦିର କମିଟିର ସଭାପତି ଶ୍ରୀ ଚିତ୍ତରଞ୍ଜନ ମେହେର, ସମ୍ପାଦକ ବିଶିକେସନ୍ ମେହେର,ଉପସଭାପତି ଇନ୍ଦ୍ରଜିତ ଦୀପ,ସହ ସମ୍ପାଦକ ହାରିଲାଲ ସାହୁ , କୋଷାଧ୍ୟକ୍ଷ ସୁମନ୍ତ ପଧାନ,ସ୍ଵାଧୀନ ଦେବତା ,ହେମନ୍ତ ମେହେର , ଭବାନୀଶଙ୍କର ମେହେର ,ଆନନ୍ଦ ବାରିକ ସମେତ କମିଟିର ଅନେକ ସଦସ୍ୟ ଉପସ୍ଥିତ ରହି ଭକ୍ତଙ୍କୁ ସେବାରେ ନିୟୋଜିତ ରହିଥିଲେ ।