Sunday, April 20, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଗୋରୁଙ୍କ ସୁରକ୍ଷା ପାଇଁ ଗାଇଗୋରୁଙ୍କ ବେକରେ ରିବନ ବାନ୍ଧିଲେ ଯୁବଗୋଷ୍ଠୀ ।

ଗୋରୁଙ୍କ ସୁରକ୍ଷା ପାଇଁ ଗାଇଗୋରୁଙ୍କ ବେକରେ ରିବନ ବାନ୍ଧିଲେ ଯୁବଗୋଷ୍ଠୀ ।

ପଦ୍ମପୁର- ପଦ୍ମପୁର ସହରରେ ବିଭିନ୍ନ ଗଳିକନ୍ଦି ତଥା ମୁଖ୍ୟ ରାଜରାସ୍ତା ବିଜୁ ଏକ୍ସପ୍ରେସ ୱେ ରେ ଦିନ ରାତି ସବୁବେଲେ ବୁଲା ଗାଇ ଗୋରୁ ରହିଛନ୍ତି । ଏକ୍ସପ୍ରେସ ୱେ ଗାଇ ଗୋରୁ ପଡି ରହିଥିବା କାରଣରୁ ଯାନ ବାହନ ଯିବା ଆସିବା ସମୟରେ ଉଭୟ ଗାଡି ଚାଳକ ଓ ଗାଇ ଗୋରୁ ଦୁର୍ଘଟଣାର ଶୀକାର ହୋଇ ପ୍ରାଣହାନୀ ହେଉଛନ୍ତି ।

ଗାଇ ମାଲିକ ମାନେ କେବଳ କ୍ଷୀର ସଂଗ୍ରହ କରି ଗାଇ ମାନଙ୍କୁ ରାସ୍ତା ଉପରକୁ ଛାଡି ଦେଉଛନ୍ତି । ଗାଇଗୋରୁଙ୍କ ସୁରକ୍ଷା ତଥା ଗାଡି ଚାଳକ ମାନଙ୍କ ସୁରକ୍ଷା ପାଇଁ ପଦ୍ମପୁର ସହରର କିଛି ଯୁବକ ଗାଇଗୋରୁଙ୍କ ବେକରେ ରେଡିୟମ ପଟି ବାନ୍ଦିଛନ୍ତି । ଯାହା ଫଳରେ ଗାଇ ଅନ୍ଦାରରେ ଥିଲେ ମଧ୍ୟ ରେଡିୟମ ପଟି ଯୋଗୁଁ ଚକଚକ କରିବ ଓ ଗାଡି ଚାଲକ ମାନେ ସାବଧାନତାର ସହ ଗାଡି ଚଳାଇ ଯାଇ ପରିବେ ଏବଂ ଉଭୟଙ୍କ ଜୀବନ ସୁରକ୍ଷିତ ରହିବ ।

error: Content is protected !!