Tuesday, November 26, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିକଳା ଓ କଳାକାର ଙ୍କ ସ୍ୱାର୍ଥ ପାଇଁ ନିରନ୍ତର ସଂଗ୍ରାମ ଜାରି ରହିବ - କଳାକାର...

କଳା ଓ କଳାକାର ଙ୍କ ସ୍ୱାର୍ଥ ପାଇଁ ନିରନ୍ତର ସଂଗ୍ରାମ ଜାରି ରହିବ – କଳାକାର ମହାସଂଘ ।

ବରଗଡ଼(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସର ରେ ରବିବାର ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ର ସାଂଗଠନିକ ବୈଠକ ଅନୁଷ୍ଟିତ ହୋଇଯାଇଛି ।ମହାସଂଘ ର ଅଧ୍ୟକ୍ଷ ଚୈତନ୍ୟ ପାଇକ ଙ୍କ ଅଧ୍ୟକ୍ଷତାରେ କଣ୍ଠ ଶିଳ୍ପୀ ବାଲେଶ୍ଵର କୁଅଁର ସ୍ଵାଗତ ସଙ୍ଗୀତ ଗାନ ସମ୍ପାଦକ ଗୋପବନ୍ଧୁ ପୁରୋହିତ ସ୍ଵାଗତ ଅଭିଭାଷଣ ଓ ସଂଯୋଜକ ପ୍ରମୋଦ ଦାଶ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ବୈଠକ ରେ ପଶ୍ଚିମାଞ୍ଚଳ ୧୧ ଜିଲ୍ଲା ର ଜିଲ୍ଲା ସଭାପତି ବୃନ୍ଦ ଯୋଗ ଦେଇ ଥିବା ବେଳେ ମୁଖ୍ୟ ଅତିଥି ଭାବେ ମହାସଂଘ ର ଉପଦେଷ୍ଟା ପଦ୍ମଶ୍ରୀ ଡ଼ ଜିତେନ୍ଦ୍ରିୟ ହରିପାଲ ଯୋଗ ଦେଇ ସଂଗଠନ ମାଧ୍ୟମ ରେ କଳା ଓ କଳାକାର ଙ୍କ ସ୍ୱାର୍ଥ ହାସଲ ହୋଇ ପାରିବ ବୋଲି ଉଲ୍ଲେଖ କରି ଏଥି ପାଇଁ ନିରନ୍ତର ଲଢେଇ ଜାରି ରଖିବା ପାଇଁ ମହାସଂଘ କୁ ଆହ୍ବାନ ଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ସମାଜ ସେବୀ ନିହାଲ ସିଂ,ବିଶିଷ୍ଟ ହାସ୍ୟ ଅଭିନେତା ବିନ୍ଦୁ ମଲ୍ଲିକ ପ୍ରମୁଖ ଯୋଗ ଦେଇ କଳା ଓ କଳାକାର ଙ୍କ ଉନ୍ନତି ରେ ମହାସଂଘ ର ଭୂମିକା ଉଲ୍ଲେଖ କରିଥିଲେ ।ଏହି ବୈଠକ ରେ କଳାହାଣ୍ଡି ଜିଲ୍ଲା ରୁ ଲୋକନାଥ ନାଗ,ନୂଆପଡ଼ା ଜିଲ୍ଲା ଲକି ତାଣ୍ଡି,ବଲାଙ୍ଗୀର ଜିଲ୍ଲା ପଞ୍ଚାନନ ବାଗ,ସାନନ୍ଦ ଶିକା,ସୋନପୁର ଜିଲ୍ଲା ଲକ୍ଷ୍ମଣ ସାହୁ,ଦେବଗଡ଼ ରୁ ବିପ୍ର ଜୟପୂରିଆ ସମ୍ବଲପୁର ଜିଲ୍ଲା ରୁ ଶାଶ୍ଵତ ସେଟ୍,ବୌଦ୍ଧ ଜିଲ୍ଲା ରୁ ଗୁଣ ମଣି ପ୍ରଧାନ, ଝାରସୁଗୁଡ଼ା ଜିଲ୍ଲା ରୁ ଗୋବିନ୍ଦ ପଟେଲ ଲଳିଙ୍ଗ କୁମ୍ଭାର,ସତ୍ୟାନନ୍ଦ ନାଗ ସୁବାସ ମେହେର କୌଶିକ ଲୁହା ପ୍ରମୁଖ ବିଭିନ୍ନ ଜିଲ୍ଲା ରୁ ପ୍ରତିନିଧି ଯୋଗ ଦେଇ ନିଜ ନିଜ ଜିଲ୍ଲା ରେ କଳାକାର ସଂଗଠନ ର ସ୍ଥିତି ଉପସ୍ଥାପନ କରି କଳା ଓ କଳାକାର ଙ୍କ ସ୍ୱାର୍ଥ ଓ ନାର୍ଯ୍ୟ ଅଧିକାର ପାଇଁ ସଂଗ୍ରାମ ଜାରି ରହିବ ବୋଲି ଆହ୍ବାନ ଦେଇଥିଲେ ।

ଆଗାମୀ ଦିନ ରେ ବରଗଡ଼ ରେ ଆୟୋଜିତ ହେବାକୁ ଥିବା ପଶ୍ଚିମାଞ୍ଚଳ କଳାକାର ମହାକୁମ୍ଭ ରେ କେଉଁ ଜିଲ୍ଲା ରୁ କେତେ କଳାକାର ଅଂଶ ଗ୍ରହଣ କରିବେ ତାହା ମଧ୍ୟ ଉଲ୍ଲେଖ କରିବା ସହ ବରଗଡ଼ ଠାରେ ନିର୍ମାଣ ହେବାକୁ ଥିବା ଲୋକକଳା ଭବନ ଜମି ଓ ନିର୍ମାଣ ପାଇଁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଦ୍ବିତୀୟ ଅଧିବେଶନ ରେ ସର୍ବ ସମ୍ମତି କ୍ରମେ ମହାସଂଘ ର ସହ ସଂପାଦକ ଭାବେ ଅଭିନେତା ଜଗଦାନନ୍ଦ ମିଶ୍ର ଙ୍କୁ ନିର୍ବାଚିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନା ରେ ରାଜେଶ୍ ବାରିକ ସୁରଥ କୁଅଁର ସନ୍ତୋଷ ସାହୁ ଖଗେଶ୍ବର ସାହୁ, ରାଧେଶ୍ୟାମ ଭେସ୍ରା,ଗଣେଶ ସାହୁ ଦେବେନ୍ଦ୍ର ମଟାରି,ଅନିରୁଦ୍ଧ ପାଇକ ଜିତେନ୍ଦ୍ରିୟ ସାହୁ, ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

error: Content is protected !!