Saturday, April 19, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିନରେନ୍ଦ୍ର ପ୍ରସାଦ ଦାସ ସ୍ମୃତି ପୁରସ୍କାରରେ ସମ୍ମାନିତ ହେଲେ ଅତାବିରାର ଶୁଭଙ୍କର ।

ନରେନ୍ଦ୍ର ପ୍ରସାଦ ଦାସ ସ୍ମୃତି ପୁରସ୍କାରରେ ସମ୍ମାନିତ ହେଲେ ଅତାବିରାର ଶୁଭଙ୍କର ।

ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଲାଦରପାଲି ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରୀ ର ଗତ ଦଶମ ବାର୍ଷିକ ପରୀକ୍ଷା ରେ ରାଜ୍ୟରେ ପ୍ରଥମ ହୋଇଥିବା ଶ୍ରୀମାନ ଶୁଭଙ୍କର ସାହୁ ଙ୍କୁ ନରେନ୍ଦ୍ର ପ୍ରସାଦ ଦାସ ସ୍ମୃତି ପୁରସ୍କାର ପ୍ରଦାନ କରାଯାଇଅଛି।ଭୁବନେଶ୍ୱର ର ହୋଟେଲ ମେ ଫେଆର ରେ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଶ୍ରୀଯୁକ୍ତ ବିଶ୍ୱଜିତ୍ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସମ୍ବାଦ ,କନକ ନ୍ୟୁଜ୍ ର ପରିଚାଳନା ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଯୋଗଦେଇ ମା,ମାଟି,ଭାଷା ର ଉନ୍ନତି ପାଇଁ କାମକରିବା ପାଇଁ ପ୍ରେରଣା ପ୍ରଦାନ କରିଥିଲେ।

ସୁଶ୍ରୀ ନିରାଲି ଦାସଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶୁଭଙ୍କରଙ୍କୁ ପୁରସ୍କାର ସ୍ୱରୂପ ଏକ ଲକ୍ଷ ଟଙ୍କା ର ଚେକ୍ ପ୍ରଦାନ କରାଯାଇଥିଲା।ଏହି ଉତ୍ସବରେ ଶୁଭଙ୍କରଙ୍କ ପିତା ଶ୍ରୀ କୁଳମଣି ସାହୁ,ମାତା ସରମା ନାଏକ , ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଟିକେଲାଲ ଚାନ୍ଦ,ଉପାଧ୍ୟକ୍ଷ ଶ୍ରୀ ବବ୍ରୁବାହନ ମିଶ୍ର ଙ୍କୁ ନରେନ୍ଦ୍ର ପ୍ରସାଦ ଦାସ ଫାଉଣ୍ଡେସନ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ପ୍ରକାଶ ଥାଉ ପ୍ରତିବର୍ଷ ଏହି ସଂସ୍ଥା ତରଫରୁ ମାଟ୍ରିକ ଟପ୍ପର ହେଉଥିବା ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥାଏ।ଶେଷରେ ସଂଯୋଜକ ଶ୍ରୀ ବିଶ୍ୱଜିତ୍ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!