Saturday, March 7, 2026
Homeରାଜନୀତିଷ୍ଟାଣ୍ଡିଂ କମିଟିର ସଦସ୍ୟ ହେଲେ ବିଜେପୁର ବିଧାୟକ ।

ଷ୍ଟାଣ୍ଡିଂ କମିଟିର ସଦସ୍ୟ ହେଲେ ବିଜେପୁର ବିଧାୟକ ।

ବିଜେପୁର(ନିରଞ୍ଜନ ତ୍ରିପାଠୀ)-ପଶ୍ଚିମ ଓଡ଼ିଶାର ମହାନ ପର୍ବ ଭାବେ ପଲ୍ଲୀ ରୁ ସହର ଯାଏଁ ସମଲପୁରୀ ଦିନ୍ ପାଳନ କରା ଯାଉଥିବା ବେଳେ, ଓଡ଼ିଶା ବିଧାନସଭା ସଚିବାଳୟ ତରଫରୁ ବିଭିନ୍ନ ବିଭାଗକୁ ନେଇ ଗଠନ ହୋଇଥିବା ଷ୍ଟାଣ୍ଡିଂ କମିଟିର ସଦସ୍ୟ ତଥା ଅଧ୍ୟକ୍ଷ ନିଯୁକ୍ତି ପ୍ରକାଶିତ ହୋଇଛି। ଏପରିପ୍ରେକ୍ଷୀରେ ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଜମିଦାର ସନତ କୁମାର ଗଡତୀୟାଙ୍କୁ କୃଷି ଓ କୃଷକ ସଶକ୍ତିକରଣ,ମସ୍ୟ ଓ ପଶୁସମ୍ପଦ ବିଭାଗ,ଜଳ ସମ୍ପଦ ବିଭାଗର ଷ୍ଟାଣ୍ଡିଂ କମିଟିର ସଦସ୍ୟ ଭାବେ ନିଯୁକ୍ତି ମିଳିଛି।

ଖବର ପାଇଲା ପରେ ବିଧାୟକ ଜମିଦାର ଶ୍ରୀମାନ ଗଡତୀୟା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବାଚସ୍ପତି ସୁରମା ପାଢୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଏଖବର ପାଇଁ ବିଜେପୁର ବିଧାନସଭା କ୍ଷେତ୍ରରେ ଖୁସିର ଲହରୀ ଖେଳି ଯାଇଛି।

error: Content is protected !!