Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଖଡିଆଳ ତିଖାଲି ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ ।

ଖଡିଆଳ ତିଖାଲି ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ ।

ନୂଆପଡ଼ା(ଡୋଲେଶ୍ଵର ବାଗ)-ନୂଆପଡ଼ା ଜିଲ୍ଲା ଖଡିଆଳ ତିଖାଲି ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରିଛନ୍ତି। ଆଜି ଦୁଇ ଗୋଟି ଗେଟ୍ ଖୋଲି ଜଳ ନିଷ୍କାସନ କରାଯାଇଥିବା ବେଳେ ଗେଟ୍ ନମ୍ୱର୍ ୩ ଓ ୬ ଖୋଲିଥିବା ଜଣାପଡିଛି। ଜଳ ନିଷ୍କାସନ ବେଳେ ତିଖାଳି ଜଳ ସେଚନ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସଂଜୀବ ଜ୍ଞାନ ଭତ୍ରା, ଜିଲ୍ଲା ପ୍ରଶାସନ ପକ୍ଷ୍ ରୁ ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଅଧିକ୍ଷଣ ଯନ୍ତ୍ରୀ ସୌମ୍ୟ ରଞ୍ଜନ ଜୟପୁରିଆ, ଖଡିଆଳ ବିଡ଼ିଓ ବିର ବେହେରା ପ୍ରମୁଖ ଉପସ୍ଥିତି ଥିଲେ।

ଅନ୍ୟ ଲଘୁଚାପ ହେବା ପୂର୍ବାନୁମାନ ଥିବା ରୁ ଉଚ୍ଚ ସ୍ତରୀୟ ଅଧିକାରୀଙ୍କ ପରାମର୍ଶ କ୍ରମେ ଡେମ ରୁ ଜଳ ନିଷ୍କାସିତ ହେଉଅଛି। ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ ଡେମ ପ୍ରତି ସେକେଣ୍ଡ ରେ ୯୮ କିୟୁବିକ ସେଟ୍ ଜଳ ନିଷ୍କାସନ ହେଉଥିବା ବେଳେ ଡେମ ଜଳରାଶି ରେ ୨୬୩.୪୪ ମିଟର ଜଳ ରହିଅଛି। ଜଳ ରାଶି ରେ ୨୭୧.୬୪୫ ମିଲିୟନ କିୟୁବିକ ମିଟର ଜଳ ରହିଅଛି।

error: Content is protected !!