Sunday, April 20, 2025
spot_imgspot_imgspot_img
Homeଅଘଟଣଅନ୍ୱେଷା ହଷ୍ଟେଲ ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ : ଝୁଲନ୍ତା ଅବସ୍ଥାରେ ଉଦ୍ଧାର , ପରିବାର...

ଅନ୍ୱେଷା ହଷ୍ଟେଲ ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ : ଝୁଲନ୍ତା ଅବସ୍ଥାରେ ଉଦ୍ଧାର , ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ।

ପଦ୍ମପୁର-ଅନ୍ୱେଷା ହଷ୍ଟେଲ ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ , ଝୁଲନ୍ତା ଅବସ୍ଥାରେ ଉଦ୍ଧାର । ପଦ୍ମପୁର ସହରର କଲେଜ ରୋଡ ସ୍ଥିତ ଅନ୍ୱେଷା ହଷ୍ଟେଲରେ ଜଣେ ୧୪ ବର୍ଷିୟ ଛାତ୍ରଙ୍କ ସନ୍ଦେହ ଜନକ ଭାବରେ ମୃତ୍ୟୁ ହୋଇଥିବା ଦେଖିବାକୁ ମିଲିଛି । ମିଲିଥିବା ସୂଚନା ଅନୁସାରେ ମେଲଛାମୁଣ୍ଡା ଥାନା ଝାଙ୍କରପାଲି ଗାଁ ର ଚୁଡାମଣି କୁମ୍ଭାରଙ୍କ ୧୪ ବର୍ଷିୟ ପୁଅ ପ୍ରିନ୍ସ କୁମ୍ଭାର ଅନ୍ୱେଷା ହଷ୍ଟେଲରେ ରହି ପାଠ ପଢୁଥିଲେ । ହେଲେ ଗତକାଲି ବିଲମ୍ବିତ ରାତ୍ରିରେ ଅନ୍ୱେଷା ହଷ୍ଟେଲ ପାଇଖାନାରେ ତାଙ୍କ ଶରୀରର ହଷ୍ଟେଲ ଛାତରେ ଝୁଲୁଥିବାର ଦେଖିବାକୁ ମିଲିଥିଲା ।

ତାଙ୍କୁ ସଙ୍ଗେ ସଙ୍ଗେ ପଦ୍ମପୁର ଚିକିତ୍ସାଳୟକୁ ଅଣାଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ପରିବାର ଲୋକ ଛାତ୍ରଙ୍କ ମୃତ୍ୟୁକୁ ଗ୍ରହଣ କରିପାରୁ ନାହାଁନ୍ତି ଏବଂ ହତ୍ୟା କରାଯାଇଥିବା ଅଭିଯୋଗ କରୁଛନ୍ତି । ଗରିବ ଖଟିଖିଆ ଘରର ପିଲା ମାନେ କିଭଲି ବିନା ମୂଲ୍ୟରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପାଠ ପଢିପାରିବେ ସରକାର ଯୋଜନା କରୁଛନ୍ତି । ହେଲେ ଅନ୍ୱେଷା ହଷ୍ଟେଲ ଦାୟିତ୍ୱରେ ରହିଥିବା କର୍ମଚାରୀ ମାନଙ୍କ ଅବହେଲା କାରଣରୁ ବିଭିନ୍ନ ସମୟରେ ଅବ୍ୟବସ୍ଥା ଦେଖିବାକୁ ମିଲିଥାଏ । ଏହି ପିଲାର ମୃତ୍ୟୁ ହଷ୍ଟେଲ ଦାୟିତ୍ୱରେ ରହିଥିବା କର୍ମଚାରୀଙ୍କ ଅବହେଲା ତଥା ଦାୟିତ୍ୱ ହୀନତା କାରଣରୁ ଘଟିଥିବା ମଧ୍ୟ ଅଭିଯୋଗ ହେଉଛି ଏବଂ ପିଲାଙ୍କ ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠୁଛି ।

error: Content is protected !!