Saturday, March 7, 2026
Homeଅଘଟଣସୁର ରାଉତରାୟଙ୍କୁ ଗିରଫ୍ ଦାବିରେ ଗାଇସିଲେଟ ଥାନାରେ ଏତଲା ଦେଲେ କୋଶଲବାଦୀ ସଂଗଠନ ।

ସୁର ରାଉତରାୟଙ୍କୁ ଗିରଫ୍ ଦାବିରେ ଗାଇସିଲେଟ ଥାନାରେ ଏତଲା ଦେଲେ କୋଶଲବାଦୀ ସଂଗଠନ ।

ଗାଇସିଲେଟ – ଗତ କିଛିଦିନ ହେଲା ସହିଦ ସ୍ୱାଧୀନତା ସଂଗ୍ରାମୀ ବୀର ମାଧୋ ସିଂ ବରିହା ଯାହାଙ୍କର ସାରା ପାରିବାର ସ୍ୱାଧୀନତା ପାଇଁ ଫାଷୀ ଖୁଣ୍ଟ ରେ ଖୁଲୀ ପଡ଼ିଥିଲେ ସେ ମହାପୁରୁଷ ଙ୍କର ଉପରେ ଜଟଣୀର ପୂର୍ବତନ ବିଧାୟକ ସୁର ରାଉତରାୟ ଗଣମାଧ୍ୟମ ଓ ସୋସିଆଲ ମେଡ଼ିଆ ରେ ଦେଇଥିବା ଅପମାନ, ଅସମ୍ମାନ ଓ ତାଚ୍ଛଲ୍ୟ କରି ଭାଷା ପ୍ରୟୋଗ କରିଥିବା କୁ ଦୃଢ଼ ଭାବେ ନିନ୍ଦା କରାଯାଇ ସୁର ରାଉତରାୟ କୁ ଦେଶ ଦ୍ରୋହି ଘୋଷଣା କରିବା ସହିତ ଗିରଫ କରାଯାଉ ବୋଲି ଗାଇସିଲେଟ ବ୍ଲକର କୋଶଲ ରାଏଜ ମୁକ୍ତି ମୋର୍ଚା, କୋଶଲ ସେନା, କୋଶଲ କ୍ରିୟାନୁଷ୍ଠାନ କମିଟି ର ସଂଗ୍ରାମୀ ଦେଶ ଦ୍ରୋହି ସୁର ରାଉତରାୟ ଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଅରବିନ୍ଦ ପଣ୍ଡା, ସରୋଜ ସାହୁ, ଗଜପତି ସାହୁ, ଲକି ସାହୁ, ସୁଜିତ ପାତ୍ର, ଆନନ୍ଦ ପଧାନ, ତିଳକ ସାହୁ ଗାଇସିଲାଟ ଥାନା ରେ କେଶ ଦେଇଛନ୍ତି I

error: Content is protected !!