Saturday, April 19, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସମଲେଶ୍ଵରୀ ଚେଳେଞ୍ଜର୍ ଟ୍ରଫି, ସର୍ବଭାରତୀୟ କ୍ରିକେଟର ପ୍ରସ୍ତୁତି ବୈଠକ।

ସମଲେଶ୍ଵରୀ ଚେଳେଞ୍ଜର୍ ଟ୍ରଫି, ସର୍ବଭାରତୀୟ କ୍ରିକେଟର ପ୍ରସ୍ତୁତି ବୈଠକ।

ବରପାଲି-ବରପାଲି ହାଇସ୍କୁଲ ଖେଳ ପଡିଆରେ ୟଙ୍ଗ୍ ଷ୍ଟାର ୟୁଥ୍ ଏସୋସିଏସନ୍ ପକ୍ଷରୁ ସର୍ବଭାରତୀୟ କ୍ରିକେଟ ସମଲେଶ୍ଵରୀ ଚେଳେଞ୍ଜର୍ ଟ୍ରଫି ପ୍ରସ୍ତୁତି ସମ୍ପର୍କରେ ଏକ ଆଲୋଚନା ବୈଠକ ହୋଇଯାଇଛି। ଏସୋସିଏସନ ସଭାପତି ଗିରିଧାରୀ ପାଣିଗ୍ରାହୀଙ୍କ ସଭାପତିତ୍ବରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା। ସମ୍ପାଦକ ଚନ୍ଦନ ଅଗ୍ରୱାଲା ସ୍ବାଗତ ଜଣାଇବା ସହ ପ୍ରତିଯୋଗିତା ସମ୍ବନ୍ଧରେ ଉପସ୍ଥାପନ କରିଥିଲେ। ଆସନ୍ତା ଡିସେମ୍ବର ୩୦ ରୁ ୫ ଜାନୁଆରୀ ମଧ୍ୟରେ ପ୍ରତିଯୋଗିତା ପରିଚାଳନା ନିମନ୍ତେ ସିଦ୍ଧାନ୍ତ କରାଯାଇଥିଲା। ସେହିପରି ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ସମୁହ ଖେଳ ପରିଚାଳିତ ହେବ। ମୂଖ୍ଯ ପରିଚାଳକ ଅଭିନାସ ଦାସଙ୍କ ନେତୃତ୍ୱରେ ସମସ୍ତ ଆୟୋଜନ ପ୍ରକ୍ରିୟା ଆୟୋଜନ କରାଯିବ।

ଉପସ୍ଥିତ ସମସ୍ତ ସଦସ୍ୟବୃନ୍ଦ ଆଲୋଚନାରେ ଭାଗ ନେବା ସହିତ ଙ୍କ ଉପସ୍ଥିତିରେ ସମସ୍ତ ଗୁରୁତ୍ୟପୂର୍ଣ୍ଣ ନିଷ୍ପତି ଓ ସଂଚାଳନ ସମ୍ବନ୍ଧିତ ବିଷୟ ଉପରେ ଆଲୋଚନା କରିଥିଲେ। ପ୍ରତିଯୋଗିତାରେ ସମୁଦାୟ ଯାତିୟ ସ୍ତରିୟ ୮ ଟି ଦଳ ଅଂଶ ଗ୍ରହଣ କରିବାକୁ ଧାର୍ଯ୍ଯ କରାଯାଇଥିଲା। ଏକଦିବସୀୟ ଭାବରେ ସପ୍ତାହ ବ୍ଯାପି ପ୍ରତିଯୋଗିତା ଆୟୋଜିତ ହେବ। ଏହା ସହ ପରିଚାଳନାଗତ ସହଯୋଗ ପାଇଁ ବିଭିନ୍ନ କମିଟି ସମ୍ପର୍କରେ ମଧ୍ଯ ଆଲୋଚନା ହୋଇ ଆଗାମି ବୈଠକରେ ପୁର୍ଣ୍ଣାଙ୍ଗ ବିଭାଗ ମାନ ପ୍ରସ୍ତୁତ କରାଯିବାକୁ ମନସ୍ଥ କରିଥିଲେ। ଆଲୋଚନାରେ ବଦ୍ରିନାଥ ସୂନା,ସିବୁ ଅଗ୍ରୱାଲ,କାନ୍ହା ଅଗ୍ରୱାଲା,ଦିବ୍ୟ ସାହୁ,ରାଜେଶ ମେହେର,ରଞ୍ଜୁ ଛତ୍ରିଆ,ଗୌରହରୀ ନାଗ,ନିହାର ପ୍ରମୁଖ ଭାଗ ନେଇଥିଲେ।

error: Content is protected !!