Wednesday, November 27, 2024
spot_imgspot_imgspot_img
Homeଅଘଟଣଖଟିଆରେ ବୁହାହେଲେ ରୋଗୀ ।

ଖଟିଆରେ ବୁହାହେଲେ ରୋଗୀ ।

ପଦ୍ମପୁର-ଗାଁ କୁ ପହଁଚି ପାରିଲାନି ଆମ୍ବୁଲାନ୍ସ , ଖଟିଆରେ ଦୀର୍ଘ ଏକ କିଲୋମିଟର ବୁହା ହେଲେ ରୋଗୀ । ଏଭଲି ଏକ ଅଭାବନୀୟ ଦୃଶ୍ୟ ଦେଖରବାକୁ ମିଲୁଛି ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ପଂଚାୟତ ଭୁଡମୁଣ୍ଡା ଗାଁ ରେ । ମିଲିଥିବା ସୂଚାନ ଅନୁସାରେ ମାଣ୍ଡୋସିଲ ପଂଚାୟତ ଭୂତମୁଣ୍ଡା ଗାଁ ର ପ୍ରାୟ ଦଶ ପରିବାର ଗାଁ ରୁ ଏକ କିମି ଦୂରରେ ଥିବା ଭିରକୁ ପଡାରେ ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ହେବ ବସବାସ କରୁଛନ୍ତି ।

ହେଲେ ଆଜି ପର୍ଯ୍ୟନ୍ତ ଏହି ଭିରକୁ ପଡାକୁ ପକ୍କା ରାସ୍ତାଟିଏ ମଧ୍ୟ ହୋଇପାରିଲା ନାହିଁ । ଏହିଁ ଭିରକୁ ପଡାର ୪୭ ବର୍ଷ ବୟସ୍କ ବିଦ୍ୟାଧର ମାଝୀ ଦୁଇ ଦିନ ହେବ ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହୋଇଛନ୍ତି , ତାଙ୍କ ଅବସ୍ଥା ସଙ୍କଟାପଣ୍ଣ୍‌ର୍ ହେବାରୁ ପରିବାର ଲୋକେ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ହେଲେ ରାସ୍ତା ଠିକ ନଥିବା କାରଣରୁ ଆମ୍ବୁଲାନ୍ସ ପହଂଚି ପାରିଲାନି ।

ବଧ୍ୟ ହୋଇ ପରିବାର ଲୋକେ ତାଙ୍କୁ ଏକ ଖଟିଆ ସାହାର୍ଯ୍ୟରେ ବୋହି ଆମ୍ବୁଲାନ୍ସ ଯାଏ ନେଇଥିଲେ , ଏବଂ ତାଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ଏଠାକାର ବସବାସ କରୁଥିବା ଲୋକେ ବର୍ଷା ଦିନରେ ନାହିଁ ନ ଥିବା ଅସୁବିଧା ଭୋଗୁଥିବା ଅଭିଯୋଗ କରୁଛନ୍ତି । ଦୀର୍ଘ ଦିନରୁ ଏ ଅବ୍ୟବସ୍ଥା ବିଷୟରେ ସ୍ଥାନୀୟ ସରପଂଚ, ବିଡିଓଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିବା ଅଭିଯୋଗ କରିଛନ୍ତି ।

error: Content is protected !!