ଅତାବିରା(ସୁରେନ୍ଦ୍ର କଠାର)-ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ବୈଜ୍ଞାନିକ ଭାରତରତ୍ନ ଏ.ପି. ଜେ.ଅବଦୁଲ କାଲାମଙ୍କ ଦଶମ ପୁଣ୍ୟ ତିଥିରେ ଅତାବିରା ଏନଏସି ଅଧିନ ଲାଦରପାଲି ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ମାତୃପୁରୀରେ ସ୍ମୃତିରେ କଲାମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ଏହି ଅବସରରେ ଏକ ବିଜ୍ଞାନ ପ୍ରଦର୍ଶନୀ ଓ ମନୋଜ୍ଞ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଅଛି। କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ବବ୍ରୁ ବାହାନ ମିଶ୍ରଙ୍କ ପରିଚାଳନା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଲରମ୍ଭା ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରମୋଦ କୁମାର ଭୋଇ, ସମ୍ମାନିତ ଅତିଥି ଭାବେ ଅତାବିରା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁରେନ୍ଦ୍ର ବେହେରା ,ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଶ୍ରୀଯୁକ୍ତ ପ୍ରଦୀପ ପ୍ରଧାନ,ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ଦାଶ,ଝାରସୁଗୁଡ଼ା କେନ୍ଦ୍ରୀୟ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଆଶିଷ କୁମାର ପ୍ରଧାନ,ସଭାପତି ଶ୍ରୀ ଶେଷଦେବ ନାଏକ, ଅଧ୍ୟକ୍ଷ ଶ୍ରୀ ଟିକେଲାଲ୍ ଚାନ୍ଦ ପ୍ରମୁଖ ଯୋଗ ଦେଇଥିଲେ।
ଶ୍ରୀ ନିରଞ୍ଜନ ପଶାୟେତ ଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ପ୍ରାରମ୍ଭରେ ଜୟଶ୍ରୀ ନନ୍ଦ ଙ୍କ ନିର୍ଦ୍ଦେଶନାରେ ଛାତ୍ର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ବିଜ୍ଞାନ ପ୍ରଦର୍ଶନୀ ର ସବ ଜୁନିଅର ବିଭାଗ ରେ ସୋନମ୍,ଆସୀୟାନା,ଆର୍ୟମାନ ,ଜୁନିଅର ବିଭାଗ ରେ ସିମ୍ରନ୍,ଶ୍ରୀୟା, ଦିପେନ୍ଦ୍ର ,ସିନିୟର୍ ବିଭାଗ ରେ ପ୍ରିୟମ୍ବଦା, ପ୍ରିତମ ପ୍ରତ୍ୟୁଷ, ପୁରବ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଲେ।କାର୍ଯକ୍ରମରେ ଅନୁଷ୍ଠାନ ର ବିଜ୍ଞାନ ବିଭାଗୀୟ ମୁଖ୍ୟ ରାମଚନ୍ଦ୍ର ପ୍ରଧାନ, ରତନ ଦୀପ,,ସୁଦୀପ କୁମାର ସାହୁ, ଯୁଗଳ ସାହୁ,ମାନସ ଦାନୀ , ତିଳୋତ୍ତମା କର୍ଣ୍ଣ ,ଶିଖା ଭୂଏ,ଝସକେତନ ସାହୁ ମାନସ ଭୋଇ , ଆଦିତ୍ୟ ମିଶ୍ର, ସୁନିଲ ଖମାରୀ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଯତୀନ୍ଦ୍ର ପ୍ରଧାନ କୃତଜ୍ଞତା ଜ୍ଞାପନ କରିଥିଲେ।