Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିସଂସ୍କୃତ ମହାବିଦ୍ୟାଳୟରେ ବିଦାୟକାଳିନ ସମ୍ବର୍ଦ୍ଧନା ଉତ୍ସବ ।

ସଂସ୍କୃତ ମହାବିଦ୍ୟାଳୟରେ ବିଦାୟକାଳିନ ସମ୍ବର୍ଦ୍ଧନା ଉତ୍ସବ ।

ବରପାଲି-ବରପାଲି ବ୍ଲକ ବିଜୟପଲ୍ଲୀ ସଂସ୍କୃତ ମହାବିଦ୍ଯାଳୟରେ ଏକ ବିଦାୟକାଳିନ ଉତ୍ସବ ପାଳିତ ହୋଇଯାଇଛି। ମହାବିଦ୍ଯାଳୟରେ କାର୍ଯ୍ଯରତ ୪ ଜଣ ଅଧ୍ଯ୍ଯାପକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା l ମୁଖ୍ୟଅତିଥି ଭାବରେ ଅବସରପ୍ରାପ୍ତ ଦୁର୍ଗପତି ଓଡ଼ିଶା ପୋଲିସ ତଥା ପରିଚାଳନା କମିଟି ସଭାପତି ବିଜୟ ପ୍ରକାଶ ବାବୁ ଯୋଗଦେଇ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ। ଅତିଥି ମାନେ କର୍ମମୟ ଜୀବନ ଓ ପରିଚାଳନାଗତ ସହଯୋଗିତା ସହ ଶିକ୍ଷାଦାନ ଶୈଳୀ ଉପରେ ଆଲୋଚନା କରିଥିଲେ l

ସମ୍ମାନିତ ଅତିଥି ଭାବରେ ହେଲେ ଅଧ୍ୟାପକ ଡ଼ଃ ରମେଶ ଚନ୍ଦ୍ର କର,ପ୍ରାକ୍ତନ ଅଧ୍ୟକ୍ଷ ଅଶୋକ କୁମାର ହୋତା,ଅଧ୍ୟାପକ ରମାକାନ୍ତ ତ୍ରିପାଠୀ, ଶିକ୍ଷକ ସନୁ ସାହୁ ଓ ଦୀଲିପ କୁମାର ଦାଶ ଓ ମକରଧ୍ୱଜ ସାହୁଙ୍କୁ ମାନପତ୍ର ଔପଢୌକନ ପ୍ରଦାନ ମାଧ୍ଯମରେ କମିଟି ପକ୍ଷରୁ ସମ୍ମାନୀତ କରାଯାଇଥିଲା l ଅଧ୍ୟକ୍ଷ ଡଃ ବଦ୍ରୀ ନାରାୟଣ ପୂଜାରୀଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ଯ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅଧ୍ୟାପକ ଡୋଳାମଣି ମାଝି,ଅଧ୍ୟାପିକା ମୌସୁମୀ ପୋଢ, କାର୍ତ୍ତିକ ଭୋଇ, ନେପାଳ ବାରିକ, ସୁଭମ ପଧାନ, ନେପାଳ ବାରିକ ପ୍ରମୁଖ ବିଗତ ଦିନର ସ୍ମୃତିକୁ ନେଇ ଉପସ୍ଥାପନ କରିଥିଲେ। ଶେଷରେ ବନ୍ଦିତା ନାୟକଙ୍କ ଦ୍ବାରା ଗୁରୁ ବନ୍ଦନା ଗାୟନ ହୋଇଥିଲା l

error: Content is protected !!