Wednesday, November 27, 2024
spot_imgspot_imgspot_img
Homeରାଜ୍ୟବଜେଟ୍ ଆଭିମୁଖ୍ୟ

ବଜେଟ୍ ଆଭିମୁଖ୍ୟ

ଡଃ ବିରଞ୍ଚି ସାହୁ

ପ୍ରାଧ୍ୟାପକ ଏବଂ ବିଭାଗୀୟ ମୁଖ୍ୟ

ଅର୍ଥନୀତି ବିଭାଗଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁର

ପଦ୍ମପୁର-ଅର୍ଥମନ୍ତ୍ରୀ ନିର୍ମଳା ସିତାରମନ୍ ଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ, ୨୦୨୪-୨୫ ରେ ଆଗତ କରିଥିବା ଏକ ସମତୁଳ ବଜେଟ୍ ଯାହା କି ସମାଜର ସବୁ ସମ୍ପ୍ରଦାୟର ଲୋକଙ୍କ ପାଇଁ ଯୁଗୋପଯୋଗୀ । ଭାରତର ପୂର୍ବୋତର ରାଜ୍ୟ ପାଇଁ ସ୍ବତନ୍ତ୍ର ସହାୟକ ରାଶି ପ୍ରଦାନ କରିଛନ୍ତି। କୃଷକ ଦେଶର ମେରୁଦଣ୍ଡ, ତାଙ୍କର ଏବଂ ଚାଷର ବିକାଶ ପାଇଁ ଏକ ଲକ୍ଷ ପଞ୍ଚାବନ ହଜାର କୋଟିର ପୁଂଜି ନିବେଶ କରିଛନ୍ତି। ଗ୍ରାମାଞ୍ଚଳର ବିକାଶ ପାଇଁ ଦୁଇ ଦଶମିକ ଛଅଷଠି ଲକ୍ଷ କୋଟିର ସହାୟତା ରାଶି ଅନୁଦାନ କରିଛନ୍ତି। ଯୁବବର୍ଗର ନିଯୁକ୍ତି ପାଇଁ ଦୁଇ ଲକ୍ଷ କୋଟି ର ସ୍ବତନ୍ତ୍ର ଯୋଜନା ଅଟକଳ କରାଯାଇଛି।

ସେଲେରାଇଡ୍ ବର୍ଗଙ୍କ ପାଇଁ ଷ୍ଟାଣ୍ଡାର୍ଡ ଡିଡକ୍ସନ ପଚାଶ ହଜାର ରୁ ପଞ୍ଚସ୍ତରୀ ହଜାର କୁ ବୃଦ୍ଧି କରାଯାଇଛି, ଯାହା ଫଳରେ ସେମାନେ ବାର୍ଷିକ ସତର ହଜାର ପାଞ୍ଚଶହ ଟଙ୍କା ସଞ୍ଚୟ କରିପାରିବେ। ଛାତ୍ରମାନଙ୍କ ପାଇଁ ଇଣ୍ଟର୍ନଶିପ ଭତ୍ତା ପ୍ରତିବର୍ଷ ପାଞ୍ଚ ହଜାର ର ବ୍ୟବସ୍ଥା କରାଯାଇଛି। ଓଡ଼ିଶାର ପର୍ଯ୍ୟଟନର ବିକାଶ ପାଇଁ ସ୍ଵତନ୍ତ୍ର ସହାୟତା ରାଶି ପ୍ରଦାନ କରିଛନ୍ତି। ଛାତ୍ରମାନଙ୍କ ପାଇଁ ଉଚ୍ଚ ଶିକ୍ଷା ର ଋଣ ସକାଶେ ଦାସ ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି। ତ ମୋଟାମୋଟି ଭାବରେ ଏହା ଏକ ଅଭିବୃଦ୍ଧି ମୂଳକ ବଜେଟ୍।

error: Content is protected !!