Thursday, November 28, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବିଲାସପୁର ରୁ ବେଲଟୁକ୍ରୀ ରାସ୍ତା ସାଜିଛି ମରଣଯନ୍ତା ।

ବିଲାସପୁର ରୁ ବେଲଟୁକ୍ରୀ ରାସ୍ତା ସାଜିଛି ମରଣଯନ୍ତା ।

ଝାରବନ୍ଧ(ବଂଶୀଧର ନାୟକ)- ଦେଶ ସ୍ଵାଧୀନତାର ଅମୃତ ମହୋତ୍ସବ ମାନୁଥିଵାଵେଲେ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ ଵରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ବିଳାସପୁର ଗ୍ରାମପଞ୍ଚାୟତ ର ବିଲାସପୁର ଠାରୁ ଵେଲଟୁକ୍ରୀ ରାସ୍ତା କାଦୁଅ ପଚପଚ ଦୃଶ୍ୟ , ଲୋକେ ନାହିଁନଥିବାର ସମ୍ମୁଖୀନ ,ବର୍ଷା ହେଲେ କି ନହେଲେ ମୁଖ୍ୟ ରାସ୍ତାରେ କାଦୁଅ ସର ସର। ରାସ୍ତା ରେ ପ୍ରତିବର୍ଷ ରାସ୍ତା କାମ ହେଉଛି, କିନ୍ତୁ ସବୁ ଟଙ୍କା ବାଟମାରଣା ହେଉଥିବା ଅଭିଯୋଗ ହେଉଛି।

ଏହି ରାସ୍ତା ରେ ପ୍ରତିଦିନ ବହୁ ସଂଖ୍ୟକ ଲୋକ ଯିଵାଆସିବା କରୁଛନ୍ତି ତା ସହିତ ଛୋଟ ଛୋଟ ପିଲା ମାନେ ସାଇକେଲ ଚଲାଇ ବେଲଟୁକ୍ରୀ ସରସ୍ଵତୀ ଶିଶୁ ମନ୍ଦିର କୁ ପାଠ ପଢ଼ିବା ପାଇଁ ଯାଉଛନ୍ତି। କାଦୁଅ ପଚପଚ ରାସ୍ତା ରେ ସାଇକେଲ ରେ ପଡିଯାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ଅସୁବିଧାକୁ ଦୁର କରିବା ପାଇଁ ଝାରଵନ୍ଧ ବ୍ଲକ ରେ ଜିଲ୍ଲାପାଲ ଙ୍କ ଅଭିଯୋଗ ଶୁଣାଣୀ ରେ ଜିଲ୍ଲାପାଳ ଙ୍କୁ ଅଭିଯୋଗ ମଧ୍ୟ କରିଥିଲେ। ଜିଲ୍ଲାପାଳ ମହାଶୟ ଅଣଦେଖା କରିଦେଲେ, ଯାହାଫଳରେ ଅଞ୍ଚଳ ବାସି ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ କେବଳ ପ୍ରଶହନରେ ଚାଲିଥିବା ସାଧାରଣରେ ଚର୍ଚ୍ଚା ହେଉଛି।ଏହି ରାସ୍ତା ଟି ବରଗଡ଼ ଜିଲ୍ଲା ରୁ ନୁଆପଡା କୁ ସଂଯୋଗ କରୁଥିବା ରାସ୍ତା ଅଟେ, ବରଗଡ଼ ରେ ସବୁ ଗଡବଡ ଦେଖିବାକୁ ମିଳୁଛି।

ଏହି ରାସ୍ତା ରେ ଦଶ ଲକ୍ଷ ଟଙ୍କାର କଂକ୍ରିଟ ରାସ୍ତାକାମ ହୋଇଛି କିନ୍ତୁ ତାହା ଗୋଟିଏ ମାସ ,ନପୂରୁଣୁ କଂକ୍ରିଟ ପାଟି ଗଲାଣି। ଏ ଅଂଚଳ ଲୋକମାନେ ସାଧାରଣତଃ ନୁଆପଡା ଜିଲ୍ଲା‌‌ ଉପରେ ନିର୍ଭର କରିଥାନ୍ତି। ଯାହିକି ଡାକ୍ତର ପାଇଁ ଵେଲଟୁକ୍ରୀ, ନୁଆପଡା,ଖରିଆରୋଡ, ସାର୍, ବଜାର, ରେଳ ଷ୍ଟେସନ, ପେଟ୍ରୋଲ, ଡିଜେଲ ଓ ଜୀବନ ଜୀବିକା ନିର୍ବାହ କରିବା ପାଇଁ ନୁଆପଡା ଜିଲ୍ଲା‌‌ ଉପରେ ନିର୍ଭର କରିଥାନ୍ତି, କିନ୍ତୁ ରାସ୍ତା ସାଜିଛି ମରଣଯନ୍ତା। ଯଥା ଶିଘ୍ର‌ ରାସ୍ତା ର ସୁବିଧା ନ କଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ସ୍ଥିର କରାଯାଇଥିବା ଯୁବ ସଂଗଠନ ତରଫରୁ ସୁଚନା ମିଳିଛି।

error: Content is protected !!