Friday, November 22, 2024
spot_imgspot_imgspot_img
HomeUncategorizedଜିଲ୍ଲାସ୍ତରୀୟ ପ୍ରେରଣା ଉତ୍ସବ ଅନୁଷ୍ଠିତ ।

ଜିଲ୍ଲାସ୍ତରୀୟ ପ୍ରେରଣା ଉତ୍ସବ ଅନୁଷ୍ଠିତ ।

ପାଇକମାଲ – ବିକଶିତ ଭାରତ ୨୦୪୭ କୁ ଆଖିଆଗରେ ରଖି ସ୍କୁଲ ଓ ସାକ୍ଷରତା ବିଭାଗ ଭାରତ ସରକାରଙ୍କ ଦ୍ବାରା ଗତ ଜାନୁୟାରୀ ୨୦୨୪ ରୁ ଆରମ୍ଭ ହୋଇଥିବା ପ୍ରେରଣା କାର୍ଯ୍ୟକ୍ରମ ଯାହାକି ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ସ୍କୁଲ ଛାତ୍ରଛାତ୍ରୀଙ୍କର ଅନ୍ତର୍ନିହିତ ଗୁଣାବଳୀକୁ ପ୍ରକାଶ କରିବାରେ ସାହାଯ୍ୟ କରିବ ଓ ଦେଶଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଯୋଗାଇବା ଲକ୍ଷ୍ୟ ନେଇ ଆଜି ଜବାହର ନବୋଦୟ ବିଦ୍ୟାଳୟ ପାଇକମାଲ ପରିସର ମଧ୍ୟରେ ଜିଲ୍ଲାସ୍ତରୀୟ ପ୍ରେରଣା ଉତ୍ସଵ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ରାଧାକାନ୍ତ ଛତ୍ରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ପଦମପୁର ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପଟେଲ ମୁଖ୍ୟଅତିଥି ଭାବରେ ଯୋଗଦେଇ ଥିବାବେଳେ ସମ୍ମାନୀତ ଅତିଥି ଭାବରେ ପାଇକମାଲ ତହସିଲଦାର ଶ୍ରୀମତୀ ସିନ୍ଧୁସୂତା ପାତ୍ର ଓ ବରଗଡ଼ ବି ଇ ଓ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ଯୋଗଦାନ କରିଥିଲେ।

ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଆୟୋଜକ ସମ୍ପାଦକ ଶ୍ରୀ ସରୋଜ କୁମାର ତ୍ରିପାଠୀ, ଉପାଧ୍ୟକ୍ଷ ଶ୍ରୀ ଅରବିନ୍ଦ ପାତ୍ର ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଧିରୋଜ୍ କୁମାର ପଟ୍ଟନାୟକ ମଧ୍ୟ ମଞ୍ଚାସୀନ ଥିଲେ ଏବଂ ବରଗଡ ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ମାନେ ମଧ୍ୟ ଯୋଗଦାନ କରିଥିଲେ।ସଭାକାର୍ଯ୍ୟ ଆରମ୍ଭରୁ ମୁଖ୍ୟଅତିଥି ମା ବାଗଦେବୀଙ୍କ ଠାରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ବାରା ସ୍ଵାଗତ ସଙ୍ଗୀତଗାନ କରାଯାଇଥିଲା। ସମସ୍ତ ଅତିଥି ପ୍ରେରଣାରଆଭିମୁଖ୍ୟ ଉପରେ ନିଜର ବକ୍ତବ୍ୟ ରଖିଥିଲେ।ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଏକ ସମ୍ବଲପୁରୀ ନୃତ୍ୟ ପରିବେଷିତ ହୋଇଥଲା। ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ସଂଗୀତା ମେହେଟ୍ଟା, ଶ୍ରୀ ପ୍ରଦୀପ କୁମାର ସୁର ଓ ଶ୍ରୀ ସୁବାସ ଭାରତୀ ସଂଯୋଜନା କରିଥିଲେ।ଏହି ଉତ୍ସବରେ ବିଭିନ୍ନ ପ୍ରତିଯୋଗିତା ଯଥା ପ୍ରବନ୍ଧ, କବିତା ରଚନା, ଚିତ୍ରାଙ୍କନ, କଣ୍ଠସଙ୍ଗୀତ, ଗଳ୍ପ ରଚନା ଓ ବ୍ୟଙ୍ଗ ଅନୁକରଣ ଅନୁଷ୍ଠିତ ହୋଇଥିଲା।

ଏହି ପ୍ରତିଯୋଗିତା ଗୁଡିକରେବିଚାରକ ଭାବରେ ଶ୍ରୀ ପ୍ରଦୀପ ସୁର୍, ଶ୍ରୀମତୀ ଭାଗ୍ୟବନ୍ତୀ ଭୋଇ, ଶ୍ରୀ ନନ୍ଦ ଲାଲ ନାଏକ, ଶ୍ରୀ ଉମେଶ ଚନ୍ଦ୍ର ଝାଙ୍କର, ଶ୍ରୀମତୀ ସବିତା ଭୋଇ, ଶ୍ରୀ ରାଧେଶ୍ୟାମ ମେହେର, ଶ୍ରୀମତୀ ସୁନିତା ବେହେରା, ଶ୍ରୀ ଧଳେନ୍ଦ୍ର ବାରିକ, ଶ୍ରୀ ନିରୋଜ ଶର୍ମା, ଶ୍ରୀ ପି ଉମେଶ, ଶ୍ରୀ ଦୁଃଖନାଶନ ନାଏକ, ଶ୍ରୀମତୀ ମଧୁରୀମା ଚାଟାର୍ଜୀ, ଶ୍ରୀ ଗୋବିନ୍ଦ ସେଠ ଓ ଶ୍ରୀ ବିକାଶ ସାହୁ ଯୋଗଦେଇ ଉପଯୁକ୍ତ ପ୍ରତିଭା ଚୟନ କରିବାରେ ସହାୟକ ହୋଇଥିଲେ। ବରଗଡ ଜିଲ୍ଲାର ବାରଟି ବ୍ଲକରୁ ୧୨୦ ଓ ନବୋଦୟ ବିଦ୍ୟାଳୟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟରୁ୪ ମୋଟ ୧୨୪ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।

ଏମାନଙ୍କ ମଧ୍ୟରୁ ଦୁଇ ଜଣ ଗୁଜୁରାଟ ଭାଦନଗରରେ ଥିବା ସ୍କୁଲ ଯେଉଁଠାରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟୟନ କରିଥିଲେ ସେହି ସ୍କୁଲ ପରିଦର୍ଶନରେ ଯିବେ। ଉଦଯାପନୀ ଉତ୍ସବରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା ଓ ପରିଶେଷରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ନବୋଦୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କର ସହଯୋଗ ଫଳରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।

error: Content is protected !!