Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବରପାଲି ବରୋଦା ବ୍ଯାଙ୍କ ସ୍ଥାପନା ଦିବସ ପାଳିତ।

ବରପାଲି ବରୋଦା ବ୍ଯାଙ୍କ ସ୍ଥାପନା ଦିବସ ପାଳିତ।

ବରପାଲି-ବରପାଲି ଶାଖା କାର୍ଯ୍ଯାଳୟ ପରିସରରେ ବରୋଦା ବ୍ଯାଙ୍କ ୧୧୭ତମ ସ୍ଥାପନା ଦିବସ ପାଳିତ ହୋଇଯାଇଛି। ଶନିବାର ପୁର୍ବାହ୍ନରେ ଶାଖା ମୂଖ୍ଯ ପରିଚାଳକ ଅଭିଜିତ ପଣ୍ତାଙ୍କ ତତ୍ବାଧାନରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ସହକାରି ପରିଚାଳକ ମନିଷା ବରାଇଙ୍କ ସଂଯୋଜନାରେ ପରିଚାଳିତ କାର୍ଯ୍ଯକ୍ରମରେ ସ୍ଥାପନା କେକ୍ କଟାଯିବା ସହ ଉତ୍ସବ ରଚା ଯାଇଥିଲା। ସହ ପରିଚାଳକ ବିନୟ ଭୁଷଣ କୁମ୍ଭାର, କୋଷାଧ୍ଯକ୍ଷ ପ୍ରଶାନ୍ତ ବେହେରା,ଦିପକ ଗଡତିୟା,ଉମାକାନ୍ତ ମେହେର,ସରୋଜ ମହାଲିକ,ବିଶ୍ବନାଥ ପ୍ରଧାନ,ବଳରାମ ଦେହେରି,ବ୍ଯାଙ୍କମିତ୍ର ସୁରେଶ ସାହୁ, ତୋଫାନ ସାହୁ ଓ ପ୍ରଶାନ୍ତ ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ।

ଏହିଅବସରରେ ଶାଖା ପକ୍ଷରୁ ସମଲେଇପତର ପାର୍ବତୀ ଗିରି ବ୍ରୁଦ୍ଧାଶ୍ରମ ଅନ୍ତେବାସୀଙ୍କ ସହ ଶୁଖଃ ଦୁଖଃ ବାଣ୍ଟିଥିଲେ। ଆଶ୍ରମ ପରିସରରେ ପରିଚାଳକ ଜଳନ୍ଧର ବାବୁ ଓ ସହକର୍ମି ମାନଙ୍କ ସହାୟତାରେ ଅନ୍ତେବାସୀଙ୍କୁ ନୁତନ ବସ୍ର୍ତ,ରନ୍ଧା ଏବଂ ଶୁଖିଲାଖାଦ୍ଯ, ଔଷଧ ପ୍ରଭୁତି ବିଭିନ୍ନ ପ୍ରଯୁର୍ଯ୍ଯ ସାମଗ୍ରି ବିତରଣ କରିଥିଲେ। ପରେ ବୟଷ୍କ ମାନଙ୍କ ସ୍ବାସ୍ଥ୍ଯ ସମ୍ପର୍କରେ ପଚରା ଉଚରା କରିଥିଲେ।

error: Content is protected !!