Monday, April 21, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସମନ୍ଵିତ ସ୍ବାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ସମନ୍ଵିତ ସ୍ବାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ପଦ୍ମପୁର-ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ୧ ଜୁଲାଇ ରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ଏହି ସମନ୍ଵିତ ସ୍ବାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ କାର୍ଯ୍ୟକ୍ରମ ଆଜି ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି।

ପ୍ରଧାନଶିକ୍ଷକ ଶ୍ରୀ ରେଣୁଧର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ପୁରେନା ପଞ୍ଚାୟତ ର ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଶ୍ରୀ ଦୀପକ କୁମାର ସାହୁ ଯୋଗଦେଇ ବର୍ଷାଋତୁରେ ମଶା ଓ ମାଛି ମାନଙ୍କ ଦ୍ବାରା ବ୍ୟାପୁଥିବା ମାରାତ୍ମକ ମେଲେରିଆ, ଡେଙ୍ଗୁ ଓ ହଇଜା ରୋଗ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ବିଶଦ ଭାବରେ ବୁଝେଇଥିଲେ। ବିଜ୍ଞାନ ଶିକ୍ଷକ ଶ୍ରୀ ପ୍ରମୋଦ ନାଥ ନିଜ ଘର ତଥା ନିଜ ଗାଁ ପରିବେଶକୁ ନିର୍ମଳ ରଖି ଏହି ସବୁ ରୋଗକୁ କିପରି ଦୂରେଇ ରଖାଯାଇ ପାରିବ ତାହା ସମ୍ପର୍କରେ ବୁଝେଇଥିଲେ।

ଏହି ଅବସରରେ ଛଅଟି ପର୍ଯ୍ୟାୟରେ କିପରି ହାତଧୁଆ ହୁଏ ତାହା ଛାତ୍ରଛାତ୍ରୀ ମାନେ ଅଭ୍ୟାସ କରିଥିଲେ। ପରିଶେଷରେ ଶିକ୍ଷୟତ୍ରୀ ଶ୍ରୀମତୀ ନନ୍ଦିନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!