ବରଗଡ-ଜବରଦଖଲ ଉଛେଦ କରିବା ପାଇଁ ତୁଳଣ୍ଡି ପଞ୍ଚାୟତର କତରୁକଟା ପଡ଼ାର ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି। କତରୁକଟା ରାଜସ୍ବ ଗ୍ରାମ ନୁହେଁ, ତୁଳଣ୍ଡି ଗ୍ରାମର ଏକ ପଡ଼ା ଭାବେ ଅଛି। ଏହି ପଡ଼ାରେ କିଛି ଅସାମାଜିକ ବ୍ୟକ୍ତି ସରକାରୀ ଜମି, ଗୌଚର ଗ୍ରାମ୍ୟ ଜଙ୍ଗଲ ସବୁ ବ୍ୟକ୍ତି କବାଜରେ ରଖିଛନ୍ତି ଏପରିକି ଦରକାର ପଡିଲେ ବିକ୍ରି ମଧ୍ୟ କରୁଛନ୍ତି। କତରୁ କଟା ଜଳସେଚିତ ଅଞ୍ଚଳ ହୋଇଥିବାରୁ ସବୁଆଡେ ଚାଷ ହେଉଛି। କୌଣସି ପଡିଆ ଜମି ନାହିଁ ସେଥିପାଇଁ ପଡ଼ା ବାସୀଙ୍କ ଅନେକ ସମସ୍ୟା ଦେଖାଦେଇଛି। ପଡ଼ାର ବିକାଶ ମୂଳକ କାମ ମଧ୍ୟ ପଧାପ୍ରାପ୍ତ ହେଉଅଛି ଏପରିକି ପଡ଼ାରେ କିଏ ମୃତ୍ୟ ବରଣ କଲେ ମଧ୍ୟ ଶବଦାହ, ସବାସତ୍କାର କରିବା ଭାରି ଅସୁବିଧା ହେଉଛି ।
ପୂର୍ବରୁ ଯେଉଁ ସ୍ଥାନ ମାନଙ୍କରେ ସବାସତ୍କାର କରାଯାଉଥିଲେ ସେହି ସ୍ଥାନ ମାନଙ୍କୁ ମଧ୍ୟ ଜବର ଦଖଲ କରି ନେଇଛନ୍ତି। ଏହି ପରି ସ୍ଥଳେ ପଡ଼ା ବାସୀଙ୍କ ନିଷ୍ପତ୍ତି କ୍ରମେ ଜିଲ୍ଲାପାଳ, ତହସିଲଦାର ଏବଂ ଥାନା ରେ ଲିଖିତ ଭାବେ ଜବର ଦଖଲ ଉଛେଦ କରିବା ପାଇଁ ଆଜି ପଞ୍ଚାନନ ସାହୁ, ବନବାସ ସାହୁ, ଅଲେଖ ସାହୁ, ଶ୍ରୀବତ୍ସ ବରିହା, ସଂକୀର୍ତ୍ତନ ବେରିଆ, ଦେବରାଜ ରାଉତ, ଭୁବନେଶ୍ୱର ଷାଣ୍ଢ, ରାମଚନ୍ଦ୍ର ବିଶି ଜିଲ୍ଲାପାଳ ଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି।