Saturday, April 19, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଫସଲ ବୀମା ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ।

ଫସଲ ବୀମା ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ।

ବରଗଡ଼-ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ନେତୃତ୍ୱ ରେ ପ୍ରଶାସନିକ ଅଧିକାରୀ ଓ କମ୍ପାନୀ ପ୍ରତିନିଧି ଏବଂ ସଂଯୁକ୍ତ କୃଷକ ସଂଗଠନ ପ୍ରତିନିଧି ମାନଙ୍କ ମଧ୍ୟରେ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ପୂର୍ବ ବର୍ଷ ମାନଙ୍କ ସମସ୍ୟା ଏବଂ ନୂତନ ବର୍ଷର ଫସଲ ବୀମା ସମ୍ବନ୍ଧରେ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର, ଜିଲ୍ଲା ମୁଖ୍ୟ କୃଷି ନିର୍ଦେଶକ ପ୍ରସନ୍ନ କୁ ମିଶ୍ର, ଡି ଆର ସି ଏସ ତୃପ୍ତି କାନ୍ତ ସେଠି, ଜିଲ୍ଲା ସମବାୟ ବ୍ୟାଙ୍କ ମେନେଜର, ପରିସଂଖ୍ୟନ ବିଭାଗ ସି ଏ ସି ଜିଲ୍ଲା ମୁଖ୍ୟ ପ୍ରଫୁଲ୍ଲ ପାତ୍ର ସମେତ ଏଚ ଡି ଏଫ ସି ର ଜ୍ୟୋତି ରଞ୍ଜନ ଶତପଥୀ ଏବଂ ରିଳାଏନ୍ସ ଅରବିନ୍ଦ ସିଂ ଉପସ୍ଥିତ ଥିଲେ। କୃଷକ ସଙ୍ଗଠନ ପକ୍ଷରୁ ୨୦୨୧ ଖରିଫ, ୨୦୨୨ ଖରିଫ ଏବଂ ୨୦୨୩ ରବି ଋତୁ ରେ ଯୋଗ୍ୟ ଚାଷୀଙ୍କ ବକେୟା ଥିବା କ୍ଷତିପୂରଣ ସାତ ଦିନ ମଧ୍ୟ ରେ ଦେବା ପାଇଁ ଦାବିକରାଯାଇଛି।

ସେହିପରି ମିଗ ଜୋମ ଜନିତ ବୀମା କ୍ଷତିପୂରଣ ରେ ଅନିୟମିତତା ପ୍ରସଙ୍ଗରେ ରିଳାଏନ୍ସ କମ୍ପାନୀ ଙ୍କୁ ପ୍ରଶ୍ନ ପଚାରିବାରୁ କୌଣସି ସଠିକ ଉତ୍ତର ଦେଇପାରିଲେ ନାହିଁ। ପରେ ଜିଲ୍ଲାପାଳ ରାଗିଯାଇ ତୁରନ୍ତ ସ୍ୱତନ୍ତ୍ର କମ୍ପାନୀ କାର୍ଯ୍ୟାଳୟ ଖୋଲିବା ସହିତ କୌଣସି ସମସ୍ୟା ଯେମିତି ନ ହେବ ସେଥିପାଇଁ ପ୍ରତେକ ବ୍ଲକ ଅଫିସ ରେ କମ୍ପାନୀ ପ୍ରତିନିଧି ଚାଷୀ ମାନଙ୍କୁ ସାହାଯ୍ୟ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ସି ଏ ସି ସେଣ୍ଟର ମାନଙ୍କରେ ଯେମିତି କୃଷକ ମାନେ ବୀମା କରି ପାରିବେ ସେଦିଗରେ ଜିଲ୍ଲା ସି ଏ ସି ମେନେଜର ଙ୍କୁ ପରାମର୍ଶ ଦେଇଛନ୍ତି। ଯଦି କୌଣସି ଚଷୀଙ୍କ ବୀମା ସମ୍ବନ୍ଧୀୟ ସମସ୍ୟା ଦେଖା ଦିଏ ତାହାହେଲେ କୃଷି ବିଭାଗ ସହିତ ସମ୍ପର୍କ କରିବା ପାଇଁ ଚାଷୀ ମାନଙ୍କୁ କହା ଯାଇଛି।ଗତ ମେଗ ଜୋମ ଜନିତ ଆବେଦନ କରିଥିବା ସମସ୍ତ ଯୋଗ୍ୟ ଚାଷୀ ମାନଙ୍କୁ ବୀମା କ୍ଷତିପୂରଣ ଦେବା ପାଇଁ ରିଳାଏନ୍ସ କମ୍ପାନୀ କୁ କଡା ନିର୍ଦେଶ ଦିଆଯାଇଛି। କୃଷକ ସଂଗଠନ ତରଫରୁ ମଧ୍ୟ ବକେୟା କ୍ଷତିପୂରଣ ସାତଦିନ ମଧ୍ୟରେ ନ ଦେଲେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦିଆଯାଇଛି।

ଅନ୍ୟ ବର୍ଷ ତୁଳନା ରେ ଚଳିତ ବର୍ଷ ବୀମା କରିବା ପାଇଁ ଚାଷୀ ବିଶେଷ ଆଗ୍ରହ ଦେଖାଉଥିବା ଜଣା ପଡ଼ୁ ନ ଥିବା ସଂଗଠନ ତରଫରୁ ଅଭିଯୋଗ ରଖାଯାଇଛି ଏଣୁ ପରିଚାଳନା, କ୍ଷତିପୂରଣ, ସଚେତନତା ଏବଂ ସହଯୋଗ କରିବାକୁ ବୀମା କମ୍ପାନୀ କୁ କହାଯାଇଛି । ଆଲୋଚନା ରେ ସଂଯୁକ୍ତ କୃଷକ ସଂଗଠନ ସଦସ୍ୟ ରମେଶ ମହାପାତ୍ର, ଉତ୍ପନ୍ନ ଭୋଇ, କୈଳାସ ବାରିକ, ଅବଧୂତ ଜଗତ, କ୍ଷମାନିଧି ସାହୁ, କ୍ରୀତପାଳ ପଟେଲ, ଅରବିନ୍ଦ ପଣ୍ଡା, ସରୋଜ ସାହୁ, କାରଣ ସାହୁ, ତପନ ମିଶ୍ର, ସୁଦାମ ପାତ୍ର, ବିକାଶ ମାଝୀ, ନିରଞ୍ଜନ ପଧାନ, ସୁରେଶ ନିକେଣ୍ଟି, ସୁରେନ୍ଦ୍ର ସାହୁ, ପ୍ରଭାତ ସାହୁ, ପ୍ରେମରାଜ ସାହୁ, ଈଶାନ୍ତ ଭୋଇ ଏବଂ ରମଣୀ ଦନ୍ତା ଅଂଶ ଗ୍ରହଣ କରିଥିଲେ।

error: Content is protected !!