ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକର ପିପିପି ହାଇସ୍କୁଲ ବରିହାପୁଖାପାଣିରେ ବନମହୋତ୍ସବ ୨୦୨୪-୨୫ ଆଜି ପାଳିତ ହୋଇଯାଇଛି। ଏକ ରାଲିରେ ଛାତ୍ରଛାତ୍ରୀ ଚାରାଗଛ ଧରି ଗ୍ରାମ ପରିଭ୍ରମଣ କରିଥିଲେ । ଏଥିପାଇଁ ଉଦ୍ଦିଷ୍ଟ ଏକ ସଚେତନତା ସଭାରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ତଥା ଏନର୍ଜି କ୍ଳବ୍ ଓ ଇକୋ କ୍ଳବ୍ ଇନ ଚାର୍ଜ ଗଙ୍ଗାଧର କୁମ୍ଭାରଙ୍କ ସଂଯୋଜନାରେ ପ୍ରଧାନଶିକ୍ଷକ ମୋହନ ରଣା ସଭାପତିତ୍ବ କରି ଛାତ୍ରଛାତ୍ରୀମାନଙ୍କୁ ବର୍ତ୍ତମାନ ପରିପ୍ରେକ୍ଷୀରେ ବନୀକରଣର ଗୁରୁତ୍ଵ ଓ ଆବଶ୍ୟକତା ବିଷୟରେ ଅବଗତ କରାଇଥିଲେ।
ଏହି ସଭାରେ ବରିଷ୍ଠ ଶିକ୍ଷକ ଅରକ୍ଷିତ ବାରିକ,ସୁରଥ ଭୋଇ, ବଳରାମ ବଗର୍ତ୍ତି, ରାଧେଶ୍ୟାମ ପ୍ରଧାନ , ଅଶ୍ଵିନୀ କୁମାର ଦାଶ ଜଙ୍ଗଲ ସୃଷ୍ଟି ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀ ଗୋଟିଏ ଗୋଟିଏ ଗଛ ଲଗାଇ ତାର ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସର ଓ ନିକଟସ୍ଥ ଗ୍ରାମୀଣ ଜଙ୍ଗଲରେ ପ୍ରାୟ ୨୦୦ ଚାରା ରୋପଣ କରାଯାଇଥିଲା।