Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିମାନସିଂହ ସାହିତ୍ୟ ସଂସଦର ୪୩ତମ କବିତା ଆସର।

ମାନସିଂହ ସାହିତ୍ୟ ସଂସଦର ୪୩ତମ କବିତା ଆସର।

ପୁରୀ-ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀ ତରଫରୁ ୪୩ ତମ କବିତା ଆସର ବିଷ୍ଣୁପ୍ରସାଦ ଦଳେଇଙ୍କ ପୌରହିତ୍ୟିରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଆସରରେ ୬୦ ରୁ ଅଧିକ କବି ଓ କବୟିତ୍ରୀ ଭାଗ ନେଇଥିଲେ । ଓଡିଶା ସରକାରଙ୍କ ଜନଜାତି କଲ୍ୟାଣ ର ଯୁଗ୍ମ ସଚିବ ଡକ୍ଟର ମମତା ରାଣୀ ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଓଡ଼ିଆ କବିତାରେ ଥିବା ସାମାଜିକ ଓ ମାନବୀୟ ମୂଲ୍ୟବୋଧ ବିଷୟରେ କହିଥିଲେ। ଉକ୍ତ ସଭାକୁ ଅନୁଷ୍ଠାନର ଉପଦେଷ୍ଠା ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରା ପରିଚାଳନା କରିଥିବାବେଳେ ସମ୍ପାଦକ ଲଳିତ କୁମାର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ରଥଯାତ୍ରା, ସାମ୍ପ୍ରତିକ ପରିସ୍ଥିତି, ବିଚ୍ଛେଦ, ପ୍ରେମ, ଓ ଯନ୍ତ୍ରଣାକୁ ନେଇ ଲିଖିତ ସମସ୍ତ କବିତା ବହୁତ ସୁନ୍ଦର ଥିଲା।ସମସ୍ତ କବିତାକୁ ସଂଯୋଜନାରେ ସଜାଇଥିଲେ ଆକାଶବାଣୀର ଉଦଘୋଷିକା ରଶ୍ମିତା ଦଳାଇ ଏବଂ ସାହିତ୍ୟିକ ଉମାକାନ୍ତ ରାଉତ ସମସ୍ତ କବିତାକୁ ସମୀକ୍ଷା କରିଥିଲେ। ଶେଷରେ ଅନୁଷ୍ଠାନର ସଂଯୋଜକ ବିଦ୍ୟାଧର ଦଳବେହେରା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କବିତା ଆସର ରେ ଆମେରିକାରୁ ଚନ୍ଦ୍ରା ମିଶ୍ର, ପ୍ରଫେସର ସରୋଜିନୀ ବରାଇ,ବିପିନ ବିହାରୀ ଦଳେଇ ,ପୂର୍ଣ ଚନ୍ଦ୍ର ଜେନା, ବନବିହାରୀ ପଟ୍ଟନାୟକ, ବିଜୟ ମିଶ୍ର, ପ୍ରଦୀପ୍ତ କୁମାର ସାହୁ, ସୁଜିତ ମିଶ୍ର, ପ୍ରମୁଖ ଯୋଗ ଦେଇଥିଲେ। ଆଗାମୀ ଆସର ଅଗଷ୍ଟ ୧୦ ତାରିଖରେ ହେବା ନେଇ ସମ୍ପାଦକ ଲଳିତ କୁମାର ସ୍ୱାଇଁ ଘୋଷଣା କରିଥିଲେ।

error: Content is protected !!