ନୂଆପଡ଼ା(ଡୋଲେଶ୍ଵର ବାଗ)-ନୂଆପଡ଼ା ପ୍ରସିଦ୍ଧ ରଥ ଯାତ୍ରା ହର୍ଷ ଉଲ୍ଲାସ ରେ ପାଳିତ ହୋଇଯାଇଅଛି। ପୂର୍ବ ନିର୍ଦ୍ଧାରିତ ତିନି ମନ୍ଦିର ରୁ ତିନି ଠାକୁର ରଥାରୁଢ଼। ସେବାୟତ ମାନେ ଠାକୁରଙ୍କ ନୀତି କାନ୍ତି କରି ଥିବା ବେଳେ ଖଡିଆଳ ଯୁବରାଜ ଦେବ ଦେବ ସିଂ ଦେଓଙ୍କ ଛେରା ପହରା ରେ ଚତୁର୍ଦ୍ଧା ମୂର୍ତ୍ତିଁ ଙ୍କ ରଥା ରୁଢ଼ ହୋଇଥିଲା। ହଜାର ହଜାର ସଂଖ୍ୟକ ଭକ୍ତ ସମାଗମ ହୋଇ ରଥ କୁ ଟାଣିବା ସହ ନ୍ୟାରା ପରମ୍ପରା ରେ ପାଳିତ ହୋଇଥାଏ ରଥ ଯାତ୍ରା। ଖଡିଆଳ ଠାରେ ଜଗନ୍ନାଥ ଙ୍କ ତିନି ଗୋଟି ମନ୍ଦିର ରହିଥିବା ବେଳେ ତିନି ଅବତାର ରେ ତିନି ଠାକୁର ପୂଜା ପାଉଛନ୍ତି।
ଆଜି ଦଧିବାମନ ମନ୍ଦିର ରେ ଜଗନ୍ନାଥ ସ୍ବର୍ଣ୍ଣ ଅଳଙ୍କାର, ସାନ ଗୁଡ଼ି ରେ ପତିତପାବନ୍ ଭାବରେ ତଥା ରୁଢ଼ ହୋଇଥିଲେ। ସେହିପରି ମଝିଆ ଗୁଡ଼ି ରେ ଚତୁର୍ଦ୍ଧା ମୂର୍ତ୍ତି, ଜଗନ୍ନାଥ ଙ୍କ ଯୁଗଳ ମୂର୍ତ୍ତି, ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନ ଙ୍କୁ ର ରୁଢ କରିଥିଲେ। କଡା ସୁରକ୍ଷା ବଳୟ ମଧ୍ୟରେ ତିନି ରଥ କୁ ମାଉସୀ ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ। ଚତୁର୍ଦ୍ଧା ମୂର୍ତ୍ତି ବିରାଜମାନ ରଥ ରେ ସୁଭଦ୍ରା ଥିବା ରୁ ଏହି ରଥ କୁ ମହିଳା ମାନେ ଟାଣିଥିଲେ। ରଥ ଯାତ୍ରା ପାଳନ ନେଇ ବିଭିନ୍ନ ପ୍ରକାର ବାଦ୍ୟ ସାଂସ୍କୃତିକ ଦଳ ସାମିଲ ହୋଇଥିଲେ।