Monday, April 21, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଗୁଦେରପାଲି କଲେଜରେ ବୃକ୍ଷ ରୋପଣ ।

ଗୁଦେରପାଲି କଲେଜରେ ବୃକ୍ଷ ରୋପଣ ।

ପଦ୍ମପୁର (ରିଙ୍କୁ ଦେବତା)- ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଯୁକ୍ତ ଦୁଇ କଳା ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରୀତିଶ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ମହୋତ୍ସବ ପାଳିତ ହୋଇଯାଇଛି।ଘେଁସ ରେଞ୍ଜ ମେଲଛାମୁଣ୍ଡା ସେକ୍ସନର ବନରକ୍ଷୀ ବୀଣାପାଣି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ।ଅନ୍ୟତମ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା କମିଟୀର ସଭାପତି କିଶୋର ପାତ୍ର , ସଂପାଦକ ଚାଷୀନେତା କିଶୋର ଚନ୍ଦ୍ର ଦେବତା, ସରପଞ୍ଚ ରାମଚନ୍ଦ୍ର ପାତ୍ର, ମୁକେଶ ମୁରାରୀ କେଡିଆଙ୍କ ସମେତ ସାମ୍ବାଦିକ ରିଙ୍କୁ ଦେବତା ଯୋଗ ଦେଇଥିଲ।

ଏଥିରେ ଅଧ୍ୟାପକ ପ୍ରତାପ ହଂସ,ମୁକେଶ ସାହୁ,ଚମ୍ପେଶ୍ବର ସେଠ,ନରେନ୍ଦ୍ର ଦେହେରୀ,ଅଧ୍ୟାପିକା ଲୋପାମୁଦ୍ରା ପ୍ରଧାନ,ହେତୁ ପାତ୍ର, ଲିଙ୍ଗ ହାତୀଓ କୁଶ ପାତ୍ର ସହଯୋଗ କରିଥିଲେ। ଶେଷରେ ୟୁଥ୍ ରେଡକ୍ରସ ର କାଉନସିଲର ଅର୍ଚ୍ଚନା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।ପରିଶେଷରେ ଛାତ୍ରଛାତ୍ରୀ ମାନେ ‘ପରିବେଶ ସୁରକ୍ଷା, ଜୀବନ ରକ୍ଷା’ ଏହି ବାର୍ତ୍ତା ନେଇ କରଞ୍ଜ,ଆମ୍ବ,ଡାଲିମ୍ବ,ଶାଗୁଆନ,ପଣସ,ଲେମ୍ବୁ,ବଉଲ ଆଦି ବୃକ୍ଷରୋପଣ କରିଥିଲେ।

error: Content is protected !!