Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିତାଲପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଗଡିଲା ଜନସଂଖ୍ୟା ନିୟନ୍ତ୍ରଣ ସଚେତନତା ରଥ ।

ତାଲପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଗଡିଲା ଜନସଂଖ୍ୟା ନିୟନ୍ତ୍ରଣ ସଚେତନତା ରଥ ।

ପଦ୍ମପୁର-ବରଗଡ ଜିଲ୍ଲା ତାଲପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଜନସଂଖ୍ୟା ନିୟନ୍ତ୍ରଣ ଜନସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି। ତାଲପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡାକ୍ତର ସୁମିତ ମିଶ୍ର ଏବଂ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଝରଣା ପାଣିଗ୍ରାହୀ ସବୁଜ ପତକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ। ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଗାଇସିଲେଟ ବ୍ଲକରେ ଥିବା ସମସ୍ତ ଗ୍ରାମକୁ ଏହି ରଥ ବୁଲି ସଚେତନତାର ସନ୍ଦେଶ ପ୍ରଦାନ କରିବ । ଏହା ବ୍ୟତୀତ ତାଲପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ” ମା ପାଇଁ ଗଛ ଟିଏ ” କାର୍ଯ୍ୟକ୍ରମ ଜରିଆରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରାଯାଇଥିଲା।

ଏ‌ହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଡାକ୍ତର ସୁମିତ ମିଶ୍ର, ଝରଣା ପାଣିଗ୍ରାହୀ, ସମାଜ ସେବୀ ପ୍ରବିଣ ପାଣିଗ୍ରାହୀ ,ସମାଜ ସେବୀ ରଞ୍ଜନ ପଣ୍ଡା ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମରେ ତାଲପାଲି ଗ୍ରାମର ସମାଜ ସେବୀ ତଥା ସାମ୍ବାଦିକ ଝସକଏତନ ସାହୁ, ସମାଜ ସେବୀ ତଥା ସାମ୍ବାଦିକ ବିନାୟକ ଗୁରୁ ଏବଂ ସାମାଜିକ କର୍ମୀ ବିପିନ ବିହାରୀ ସାହୁ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୂଚାରୁରୂପେ ସମ୍ପାଦନା କରିବା ପାଇଁ ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଆନନ୍ଦ ହୋତା, ମଧୁସୂଦନ ପୋଡ଼ ବି. ପି . ଏମ୍. , ଅଶୋକ କୁମାର ମହାନ୍ତି ଫାର୍ମାସିଷ୍ଟ ଅଫିସର, ଲମ୍ବୋଦର ପାତ୍ର ସୁପରଭାଇଜର , ପିଣ୍ଟୁ ସାହୁ ବାମ୍ ତଥା ମହିଳା ସ୍ୱାସ୍ଥ୍ୟ କର୍ମୀ,ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଏବଂ CHO ମାନେ ଉପସ୍ଥିତ ରହି ସମସ୍ତ ପ୍ରକାର ସହଯୋଗ କରିଥିଲେ।

error: Content is protected !!