Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିବରଗଡ଼ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚର ବୈଠକ ।

ବରଗଡ଼ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚର ବୈଠକ ।

ବରଗଡ଼-ବରଗଡ଼ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚର ଏକ ସାଧାରଣ ବୈଠକ,ସଭାପତି ପ୍ରମୋଦ କୁମାର ହୋତାଙ୍କ ସଭାପତିତ୍ବରେ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଅଛି। ମଞ୍ଚର ସମ୍ପାଦକ ପ୍ରକୃତି ବନ୍ଧୁ ମୀନକେତନ ସାହୁ ବିଗତ ବର୍ଷର ପରିବେଶ ସୁରକ୍ଷା ସମ୍ପର୍କିତ ବିବରଣୀ ଉପରେ ସୂଚନା ଦେବା ସହିତ ଚଳିତ ବର୍ଷ ଜିଲ୍ଲାରେ ବିଦ୍ୟାଳୟ,ମହାବିଦ୍ୟାଳୟ ଓ ଗ୍ରାମ,ବନ ସୁରକ୍ଷା ସମିତି ମାନଙ୍କୁ ସଚେତନତାର ବାର୍ତ୍ତା ଦେଇ ବୃକ୍ଷରୋପଣ ତଥା ତାର ସଂରକ୍ଷଣ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ,ପିତାମାତା ତଥା ଗ୍ରାମବାସୀ ସମସ୍ତଙ୍କୁ ସାମିଲ କରିବାକୁ ଆହ୍ବାନ ଦେଇଥିଲେ।

ଏହି ବୈଠକରେ ଉପସଭାପତି ପ୍ରକୃତି ବନ୍ଧୁ ବଡ଼ ଶତପଥୀ,ପ୍ରକୃତି ବନ୍ଧୁ ଭୁବନେଶ୍ୱର ପ୍ରଧାନ,ପ୍ରକୃତି ବନ୍ଧୁ ଡୋଳାମଣି ଶତପଥୀ,ଯୁଗ୍ମ ସମ୍ପାଦକ ପ୍ରକୃତି ବନ୍ଧୁ ବିଭୂତି ଭୂଷଣ ମୁଣ୍ଡ,ପ୍ରକୃତି ବନ୍ଧୁ ନୀଳକଣ୍ଠ ସା,ପ୍ରକୃତି ବନ୍ଧୁ ଧର୍ମରାଜ ପ୍ରଧାନ, ଶୋଭାଚନ୍ଦ୍ର ପ୍ରଧାନ, ପ୍ରକୃତି ବନ୍ଧୁ ଆଶୀର୍ବାଦ ମହାପାତ୍ର,ପ୍ରକୃତି ବନ୍ଧୁ ଦିଲ୍ଲିପ ଚନ୍ଦ୍ର ମହାପାତ୍ର,ଜିଲ୍ଲା ବରିଷ୍ଠ ନାଗରିକ ସଂଘ ସଙ୍ଗଠନ ର ସମ୍ପାଦକ କେଦାର ମିଶ୍ର ପ୍ରମୁଖ ଅଂଶଗ୍ରହଣ କରି ପରିବେଶ ସୁରକ୍ଷା,ବୃକ୍ଷରୋପଣ ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କ ରେ ସୁଚିନ୍ତିତ ମତପୋଷଣ କରି ଜିଲ୍ଲା ପରିବେଶ ମଞ୍ଚ ସେ ଦିଗରେ କିପରି କାର୍ଯ୍ୟ ଗ୍ରହଣ କରିବାକୁ ହେବ ତାହା ଉପରେ ସ୍ୱତ ଅଭିମତ ରଖି ନିଜ ନିଜ ଅଞ୍ଚଳରେ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମକୁ ଜନ ଆନ୍ଦୋଳନ ରେ ପରିଣତ କରିବାକୁ ମତ ରଖିଥିଲେ। ପରିଶେଷ ରେ ପ୍ରକୃତି ବନ୍ଧୁ ଦିଲ୍ଲିପ ଚନ୍ଦ୍ର ମହାପାତ୍ର ବିଗତ ବର୍ଷ ର ଖର୍ଚ୍ଚ ବିବରଣୀ ପାଠ କରିବା ସହିତ ସମସ୍ତଙ୍କୁ ସାଦର ଧନ୍ୟବାଦ୍ ଅର୍ପଣ କରିଥିଲେ।

error: Content is protected !!