Monday, November 25, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଜଗଦଳପୁର ଥାନାରେ ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତା କର୍ମଶାଳା ଅନୁଷ୍ଠିତ।

ଜଗଦଳପୁର ଥାନାରେ ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତା କର୍ମଶାଳା ଅନୁଷ୍ଠିତ।

ପଦ୍ମପୁର-ବରଗଡ଼ ଜିଲ୍ଲା ଜଗଦଳପୁର ଥାନା ପରିସରରେ ଭାରତ ସରକାରଙ୍କ ଦ୍ୱାରା ଜୁଲାଇ ମାସ ପହିଲାରୁ ଲାଗୁହୋଇଥିବା ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଉପରେ ଏକ କର୍ମଶାଳା ତଥା ସୂଚନା ଶିବିର ଅନୁଷ୍ଠିତ ହୋଇଯାଇଛି l ଦୀର୍ଘ ବର୍ଷ ପରେ ଭାରତରେ ବିଟ୍ରିଶ ଅମଳର ଅପରାଧିକ ଆଇନର ପୂର୍ଣ୍ଣଛେଦ ପଡି ନୂତନ ଅପରାଧିକ ଆଇନ ଯଥା ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷ୍ୟା ସଂହିତା, ଭାତତୀୟ ସାକ୍ଷ୍ୟ ଅଧିନିୟମ ପ୍ରମୁଖର ସଂସ୍କରଣ ହୋଇ ନୂତନ ଆଇନ ର ଭାରତ ସରକାର ଙ୍କ ଦ୍ୱାରା ଲାଗୁ କରାଯାଇଛି l

ଯାହା ଜନସାଧାରଣ ଙ୍କୁ ସଠିକ ଆଇନ ନ୍ୟାୟ ପ୍ରଦାନ, ପୋଲିସ ବିଭାଗ ର ସୁଦୃଢ କାର୍ଯ୍ୟ, ଅଦାଲତରେ ଅପରାଧିକ ମାମଲାର ସଠିକ ନ୍ୟାୟପ୍ରଦାନ ପାଇଁ ଜନ ସାଧାରଣରେ ସମୁଚିତ ହୋଇପାରିବ । ଥାନାଧିକାରୀ କୈଳାଶ ଚନ୍ଦ୍ର ପ୍ରଧାନ ଏହି ନୂତନ ଅପରାଧିକ ଆଇନର ବିଭିନ୍ନ ଦିଗ ଉପରେ ଉପସ୍ଥିତ ଜନସାଧାରଣ ଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ଉକ୍ତ ସଭାରେ ଥାନାର ଏ.ଏସ.ଆଇ ଜଗବନ୍ଧୁ ନାୟକ, ଏ.ଏସ.ଆଇ ଦେବାର୍ଚନ ଖୁମରା, ଏ.ଏସ.ଆଇ ଶାନ୍ତନୁ ନାୟକ, ଏ.ଏସ.ଆଇ ଶିବାଜୀ ବାରିକ ତଥା ଥାନାର ଅନ୍ଯାନ୍ଯ କର୍ମଚାରୀ ସହଯୋଗ କରିଥିଲେ ।

ଜଗଦଳପୁର ଥାନା ଅଞ୍ଚଳର ବରିଷ୍ଠ ନାଗରିକ, ଶିକ୍ଷକ ବର୍ଗ, ବ୍ୟାଙ୍କ କର୍ତ୍ତୃପକ୍ଷ୍ୟ, ସରପଞ୍ଚ, ସମିତି ସଭ୍ୟ, ଆଇନଜୀବୀ, ଡାକ୍ତର, ବୁଦ୍ଧିଜୀବୀ, ଏବଂ ଅଂଚଳର ସଚେତନ ନାଗରିକ ଯୋଗ ଦେଇଥିଲେ ।

error: Content is protected !!