ପଦ୍ମପୁର – ରାଜବୋଡା ସମ୍ବର ବ୍ଲକ ଅନ୍ତର୍ଗତ ବୁଡ଼ାମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଭରତ ଚନ୍ଦ୍ର ସାହୁଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ ଚନ୍ଦ୍ର ବିଶ୍ୱାଳ ଓ ପରିଚାଳନା ସଭାପତି ରାଜୁପାଣ୍ଡେଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି l

ଏହି ସଭାରେ ଅତିଥି ଭାବରେ ଗ୍ରାମ ଗୌନ୍ତିଆ ବ୍ରଜରାଜ ପାଣ୍ଡେ,ଭୁବନ ରଣା,ଶଙ୍କର୍ଷଣ ବିଭାର, ସି.ଆର ସି.ସି ବୀରକିଶୋର ସାହୁ ଏବଂ ବିଦ୍ୟାଳୟ ର ପରିଚାଳନା କମିଟି ର ସମସ୍ତ ସଦସ୍ୟ ଏବଂ ଶିକ୍ଷକ ଗଣ,ଛାତ୍ରଛାତ୍ରୀ,ଅବିଭାବକ ମାନେ ବିଦାୟୀ ଶିକ୍ଷକ ଶ୍ରୀ ସାହୁଙ୍କୁ ଭାବପୂର୍ଣ ବିଦାୟ ଦେଇଥିଲେ।

ସେ ତାଙ୍କର ସରଳ,ମିଷ୍ଟଭାସି,ଆଦର୍ଶ ଶିକ୍ଷକ ଭାବେ ଏ ଅଂଚଳବାସୀ ଓ ଛାତ୍ର ଛାତ୍ରୀ ଙ୍କ ପ୍ରିୟ ଭାଜନ ହୋଇପାରିଥିଲେ । କାର୍ଯ୍ୟକ୍ରମ ରେ ଶିକ୍ଷକ ସୁଦାମ ପ୍ରଧାନ, ସୁବାସ ନାଥ କମିଟି ସଦସ୍ୟ ଲଳିତ ଥନାପତି ,ସୁକାନ୍ତ ଦାସ , ମୁନୁ ପଟେଲ , ସନ୍ତୋଷ ବିଭାର , ପୂର୍ବତନ ସଭାପତି ଶଙ୍କର ପାଣ୍ଡେ ଉପସ୍ଥିତ ରହି ଥିଲେ l
