ନୂଆପଡା(ଡୋଲେଶ୍ଵର ବାଗ)-ନୂଆପଡା ଜିଲ୍ଲା ରେ ଅନେକ ଅଞ୍ଚଳ ରହିଅଛି। ଉପାନ୍ତ ଏବଂ ଅଗମ୍ୟ ଦୁର୍ଗମ ଅଞ୍ଚଳ ମୌଳିକ ସେବା ଅପହଞ୍ଚ କହିଲେ ଆତ୍ୟୁଚି ହେବ ନାହିଁ। ଦିନ ଥିଲା ଏହି ଅଞ୍ଚଳ ବାସୀ ଙ୍କ ପାଇଁ ଶିକ୍ଷା, ପାନୀୟ ଜଳ, ବିଦ୍ୟୁତ୍ ଏବଂ ଗମନା ଗମନ ସାତ ସପନ ପାଲଟିଥିବା ବେଳେ ଖଡିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ ଉଦନ୍ତୀ ନଦୀ କୁ ପାରି କରି ଯାଇଥିଲେ। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଘାଟମାଲ ଗ୍ରାମପଞ୍ଚାୟତ ର ନିପଟ ଉପାନ୍ତ ଅଞ୍ଚଳ ଚିତାରମା ଗ୍ରାମକୁ ପହଞ୍ଚିଥିଲେ।
ସେଠାର ଗ୍ରାମବାସୀଙ୍କ ସହ ଅନେକ ସମୟ ଅତିବାହିତ କରି ତାଙ୍କ ସମସ୍ୟା ଶୁଣିବା ସହ ସମାଧାନ କରିବା ତାଙ୍କ ସଙ୍କଳ୍ପ ବୋଲି ମତବ୍ୟକ୍ତ କରିଥିଲେ। ସେ ଗାଁ ରେ ଜନ୍ମ ହୋଇଥିବା ବେଳେ ଗାଁ ର ସମସ୍ୟା ସହ ନିବିଡ ଭାବରେ ଅବଗତ ଅଟନ୍ତି। ଉପରୋକ୍ତ ଗ୍ରାମକୁ ବିଧାୟକଙ୍କ ହସ୍ତେକ୍ଷେ ପରେ ବିଦ୍ୟୁତ୍ ସେବା ଯୋଗାଣ ହେବା ନେଇ ଗ୍ରାମବାସୀ ମାନେ ଖୁସି ବ୍ୟକ୍ତ କରିଛନ୍ତି। ନଦୀ ଉପରେ ଏକ ବ୍ରିଜ ନିର୍ମାଣ ସହ ଶିକ୍ଷା, ସ୍ବାସ୍ଥ୍ୟ, ଗମନା ଗମନ, ମୌଳିକ ସେବା ପ୍ରଦାନ ଦିନରେ କାର୍ଯ୍ୟ କରିବାକୁ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।