Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଚାକିରୀରୁ ଅବସର ନେଲେ ମୋହନ ଲାଲ ସାହୁ ।

ଚାକିରୀରୁ ଅବସର ନେଲେ ମୋହନ ଲାଲ ସାହୁ ।

ପଦ୍ମପୁର – ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ କଂସର ପଞ୍ଚାୟତ ଅନ୍ତର୍ଗତ ଗଡ଼ଭାଟି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଗଡ଼ଭାଟିର ମୋହନ ଲାଲ ସାହୁ(ବାବୁଲାଲ)ଙ୍କୁ ବିଦ୍ୟାଳୟ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା l ୨୦୦୧ ମସିହା ଅଗଷ୍ଟ ୦୪ ତାରିଖ ଦିନ ପାରା ଟିଚର ଭାବରେ ନରେନ୍ଦ୍ରପୁର ଗାଁରେ ଚାକିରୀ ଆରମ୍ଭ କରିଥିଲେ ମୋହନ ।

୨୦୦୫ ମସିହା ଜାନୁୟାରୀ ଏକ ତାରିଖରେ ଶିକ୍ଷା ସହାୟକ ଭାବରେ ପଦୋନ୍ନତି ପାଇ ବାଜେନମୁଣ୍ଡା ବିଦ୍ୟାଳୟରେ ଯୋଗଦାନ କରିଥିଲେ ପରେ ୨୦୦୫ ମସିହା ଅଗଷ୍ଟ ୨୩ ତାରିଖରୁ ଗଡ଼ଭାଟି ସରକାରୀ ଉଚ୍ଚବିଦ୍ୟାଳୟରେ ଶିକ୍ଷକତା କରି ଛାତ୍ରଛାତ୍ରୀଙ୍କ ବେଶ ପ୍ରିୟ ହୋଇଛନ୍ତି l ଆଜି ସରକାରୀ ନିୟମ ଅନୁସାରେ ଶ୍ରୀ ସାହୁ ଅବସର ନେଇଛନ୍ତି l

ଆଜି ଏହି ସଭାରେ ପ୍ରଧାନ ଶିକ୍ଷକ ଅଶୋକ ଗିଙ୍ଗରା ଓ ସହକାରୀ ଶିକ୍ଷକ ହରିହର ବୁଡ଼େକ, ସୁବଳ ସାହୁ, ପଙ୍କଜ ପଧାନ, ଜୋସ୍ନାରାଣୀ ପାଢ଼ୀ, ପୁଷ୍ପାଞ୍ଜଳି ବରିହା ଏବଂ ସ୍କୁଲ ପରିଚାଳନା କମିଟି ସଭାପତି କୁଞ୍ଜ ବିହାରୀ ଡନସନା ଓ ସମସ୍ତ ସଭ୍ୟସଭ୍ୟା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ରହି ଶ୍ରୀ ସାହୁଙ୍କୁ ଫୁଲତୋଡ଼ା, ଛତା,ଭାଗବତ ଗୀତା ତଥା ଉତ୍ତରୀୟ ଦେଇ ବିଦାୟ ଜଣାଇବା ସହ ଆଗାମୀ ଜୀବନ ଶୁଖସମୃଦ୍ଧିରେ ଅତିବାହିତ ହେଉ ବୋଲି ଶୁଭକାମନା ଜଣାଇଥିଲେ ।

ଦୀର୍ଘ ୧୯ ବର୍ଷ କାଳ ଶ୍ରୀଯୁକ୍ତ ମୋହନ ଲାଲ ସାହୁ ଗଡ଼ଭାଟି ସରକାରୀ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ ଆଜି ତାଙ୍କୁ ବିଦାୟ ଦେବା ସମୟରେ ସମସ୍ତ ସହକର୍ମୀ ଛାତ୍ରଛାତ୍ରୀ,ଅଭିଭାବକ ତଥା ଗ୍ରାମବାସୀ ସମସ୍ତେ ଦୁଃଖ ରେ ଭାଙ୍ଗି ପଡିଥିଲେ ।

error: Content is protected !!