Saturday, March 7, 2026
Homeଅଘଟଣଦାଦନ ଯାଇ ନାବାଳକଙ୍କ ମୃତ : ଘଟଣା ଚାପି ଦେବାକୁ ପୁରା ଉଦ୍ୟମ।

ଦାଦନ ଯାଇ ନାବାଳକଙ୍କ ମୃତ : ଘଟଣା ଚାପି ଦେବାକୁ ପୁରା ଉଦ୍ୟମ।

ତୁରେକେଲା – ଯେଉଁ ବୟସ ରେ ସେ ପାଠ ପଢି ଗାଁ ପିଲା ମାନଙ୍କ ସହ ସାଙ୍ଗସାଥି ହେବା କଥା ସେହି ବୟସ ରେ ବାପା ଙ୍କ ପରଲୋକ ପରେ ତାଙ୍କ ଉପରେ ପଡିଛି ପରିବାର ବୁଝ। ନିଜ ମାଁ ଓ ୨ ଭାଇ ଙ୍କ ପେଟ ରେ ଦାନା ଦେବା ପାଇଁ ନାବାଳକ ଜଣଙ୍କ ଆନ୍ଦାପ୍ରଦେଶ କୁ ଦାଦନ ଖଟିଯାଇଥିଲା ବେଳେ ସେଠାରେ ଶୁକ୍ରବାର ତାଙ୍କ ମୃତ ହୋଇଥିବା ଖବର ଆସୁଛି।

ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ର ଉପାନ୍ତ ଦାଦନ ପ୍ରବଣ ତୁରେକେଲା ଥାନା ଅନ୍ତର୍ଗତ କୁଶପାଳି ଗାଁ ର ନାବାଳକ କୁଶଧର ବହରିଆ ବୟସ ୧୬ ଗତ ୭ ଦିନ ତଳେ ସ୍ଥାନୀୟ ଏକ ଦାଦନ ସର୍ଦ୍ଦାର ଙ୍କ ଜରିଆରେ ଇଟାଭାଟି କାମ କରିବାକୂ ଯାଇଥିଲେ ହେଳେ ଆଜି ତାଙ୍କ ମୃତ ଘଟିଛି। ଇଟା ଭାଟି ମାଳିକ ଙ୍କ ନିର୍ଯାତନା ଯୋଗୁଁ ନାବାଳକ ଶ୍ରମିକ ଙ୍କ ମୃତ ହୋଇଥିବା ଅଭିଯୋଗ ହେଉଛି। ଶନିବାର ନାବାଳକ ଶ୍ରମିକ ଙ୍କ ମୃତ ଶରୀର ଗାଁ ଫେରୁଥିବା ବେଳେ ଘଟଣା କୁ ଚାପି ଦେବାକୁ ପୁରା ଉଦ୍ୟମ କରାଯାଉଥିବା ବିଶେଷ ସୂତ୍ର ଜଣାପଡିଛି।

ଅନ୍ୟପକ୍ଷ ମୃତ ନାବାଳକ ଜଣକ ବିନା ଲାଇସେନ୍ସ ଧାରି ଦାଦନ ସର୍ଦ୍ଦାର ଙ୍କ ଜରିଆରେ ଯାଇଥିବା ବେଳେ ଗୋଟିଏ ଲାଇସେନ୍ସ ସର୍ଦ୍ଦାର ଙ୍କ ଜରିଆ ରେ ଆସିଥିବା ଦର୍ଶାଇ ସେହି ସର୍ଦ୍ଦାର ବଞ୍ଚାଇବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ତେବେ ଏହି ଘଟଣା କୁ ଗୁରୁତର ଭାବେ ଜିଲ୍ଲା ପ୍ରଶାସନ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ଦାବୀ ହେଉଛି।

error: Content is protected !!