Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିରକ୍ତ ଶିକୁଳି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

ରକ୍ତ ଶିକୁଳି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

ପଦ୍ମପୁର- ସ୍ଥାନୀୟ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ପଦ୍ମପୁର ପରିସରରେ ବିଶ୍ୱ ରକ୍ତ ଶିକୁଳି ସଚେତନତା ପରିପ୍ରେକ୍ଷୀରେ ଚାଲୁଥିବା ବିଭିନ୍ନ କାର୍ଯ୍ୟକ୍ରମ କ୍ରମରେ ଆଜି ନବମ ଦିବସରେ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପଦ୍ମପୁର ସରକାରୀ ଡ଼ାକ୍ତରଖାନାର ବରିଷ୍ଠ ମେଡିସିନ ବିଶେଷଜ୍ଞ ଡ଼ା ଯଦୁମଣି ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ରକ୍ତ ଶିକୁଳି ରୋଗର କାରଣ ଓ ନିରାକରଣ ସମ୍ବନ୍ଧରେ ବିଶଦ ଭାବରେ ଆଲୋଚନା କରିଥିଲେ।

ଅଧ୍ୟାପିକା ସୁଶ୍ରୀ ସଂଗୀତା ଗୌନ୍ତିଆ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ରକ୍ତ ଶିକୁଳି ସଚେତନତା କାର୍ଯ୍ୟକ୍ରମ ଜୁନ ୧୯ ରୁ ଆରମ୍ଭ ହୋଇଛି ଓ ଏହା ଜୁଲାଇ ମାସ ୦୩ ତାରିଖ ପର୍ଯ୍ୟନ୍ତ ଚାଲିବ।

error: Content is protected !!