Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିପଦ୍ମାଳୟା କୈଳାସ ଫାଉଣ୍ଡେସନ ତରଫରୁ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ ।

ପଦ୍ମାଳୟା କୈଳାସ ଫାଉଣ୍ଡେସନ ତରଫରୁ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ ।

ଗାଇସିଲେଟ- ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଯୁକ୍ତ ଦୁଇ କଳା ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରୀତିଷ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗତ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାରେ ଭଲ ନମ୍ବର ରଖି ପାସ୍ କରିଥିବା ସାତ ଜଣ ଛାତ୍ରଛାତ୍ରୀ ଙ୍କୁ ପଦ୍ମାଳୟା କୈଳାସ ଫାଉଣ୍ଡେସନ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଝସକେତନ ମେହେର ମହାବିଦ୍ୟାଳୟକୁ ପରିଦର୍ଶନରେ ଆସିଥିଲେ।

ଏବଂ କୃତି ଛାତ୍ରଛାତ୍ରୀ ଙ୍କୁ ଟ୍ରଫି ଓ କଲମ ପ୍ରଦାନ କରି ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ।ଉକ୍ତ ସଭାରେ ଅଧ୍ୟାପକ ପ୍ରତାପ ହଂସ, ମୁକେଶ କୁମାର ସାହୁ, ଚମ୍ପେଶ୍ବର ସେଠ, ନରେନ୍ଦ୍ର ଦେହେରୀ , ଅର୍ଚ୍ଚନା ଦାଶ, ଲୋପାମୁଦ୍ରା ପ୍ରଧାନ , ହେତୁ ପାତ୍ର, କୁଶ ପାତ୍ର, ଲିଙ୍ଗ ହାତୀ ସହଯୋଗ କରିଥିଲେ ।

କୃତି ଛାତ୍ରୀ ଅଙ୍କିତା ନାଏକ ୪୬୧ ମାର୍କ ରଖିଥିବା ବେଳେ, ପ୍ରୀତି ପ୍ରଧାନ ୪୨୩ ମାର୍କ , ସ୍ବପ୍ନା ସାହୁ ୪୦୮ମାର୍କ , ପଦ୍ମାସିନୀ ପଧାନ ୪୦୪ ମାର୍କ , ରଶ୍ମିତା ପାତ୍ର ୩୮୨ମାର୍କ, ଲିଜାରାଣୀ ପାତ୍ର ୩୬୨ ମାର୍କ ଏବଂ ଚମ୍ପେଶ୍ବରୀ ହାତୀ ୩୬୦ ମାର୍କ ରଖିଛନ୍ତି।

error: Content is protected !!