ବରପାଲି – ବରପାଲି ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷା ଜୟନ୍ତୀ ଦାଶଙ୍କ ସଭାପତିତ୍ବରେ ‘ ନିଶାମୁକ୍ତ ଭାରତ କାର୍ଯ୍ୟକ୍ରମ ‘ ଅନୁଷ୍ଠିତ ହୋଇଯାଇଛି । ବୁଧବାର ପୁର୍ବାହ୍ନରେ ମୁଖ୍ୟବକ୍ତା ଭାବରେ ଅର୍ଥନୀତି ବିଭାଗ ମୁଖ୍ୟ ଅଧ୍ଯାପକ ଭକ୍ତବନ୍ଧୁ ପ୍ରଧାନ ନିଶା ସେବନର ଅପକାରିତା ଏବଂ ସମାଜ ଉପରେ ସାମାଜିକ ଓ ଅର୍ଥନୈତିକ ପ୍ରଭାବ ଉପରେ ବ୍ୟାପକ ଭାବରେ ଆଲୋଚନା କରିଥିଲେ ।
ସମ୍ମାନିତ ଅତିଥି ଭାବରେ ଓଡ଼ିଆ ବିଭାଗ ଅଧ୍ୟାପକ ବିଶ୍ଵନାଥ ସାହୁ ନିଶାର ପ୍ରକାର ଓ ଛାତ୍ର ସମାଜ ଉପରେ ଏହାର ପ୍ରଭାବ ଉପରେ ଆଲୋଚନା କରିଥିବା ବେଳେ ଅଧ୍ୟାପିକା ସୀମାଞ୍ଜଳି ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ, ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀବୃନ୍ଦ ଉପସ୍ଥିତ ରହିଥିଲେ ।