Friday, November 22, 2024
spot_imgspot_imgspot_img
HomeUncategorizedଓଡିଶାର ସାମଗ୍ରିକ ବିକାଶ ଆମର ଲକ୍ଷ - ସୁରେଶ ପୂଜାରୀ ।

ଓଡିଶାର ସାମଗ୍ରିକ ବିକାଶ ଆମର ଲକ୍ଷ – ସୁରେଶ ପୂଜାରୀ ।

ସମ୍ବଲପୁର – ଓଡିଶା ର ନବ ଗଠିତ ବିଜେପି ସରକାର ରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ର କ୍ୟାବିନେଟ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଦାୟିତ୍ୱ ଗ୍ରହଣ ପରେ ପ୍ରଥମ କରି ଆସଛନ୍ତି ନିଜର କର୍ମଭୂମି କୁ । ଗତ ୨୧ ତାରିଖ ଭୁବନେଶ୍ୱର ରୁ ଆସି ଦୁଇ ଦିନ ଧରି ନିଜର ନିର୍ବାଚନ ମଣ୍ଡଳୀ ବ୍ରଜରାଜନଗର ଓ ଝାରସୁଗୁଡା ରେ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।
ଆଜି ସନ୍ଧ୍ୟା ରେ ସେ ସମ୍ବଲପୁର ପହଞ୍ଚିଥିଲେ । ପ୍ରଥମେ ଇଷ୍ଟଦେବୀ ମାଁ ସମଲେଶ୍ୱରୀ ଙ୍କ ମନ୍ଦିର କୁ ଯାଇ ପୂଜାର୍ଚନା ଓ ପ୍ରାର୍ଥନା କରିଥିଲେ । ସେଠାରୁ ଏକ ଭବ୍ୟ ଶୋଭାଯାତ୍ରା ରେ ବାହାରି ଜେଲ ଛକ କୁ ପହଞ୍ଚି ଥିଲେ । ଶୋଭାଯାତ୍ରା ସମୟରେ କମଲିବଜାର, କୁଞ୍ଜେଲପଡ଼ା, ଝାଡୁଆପଡ଼ା, ନନ୍ଦପଡା, ହାଟପଡ଼ା, ମାରୱାଡିପଡ଼ା, ଦଲେଇପଡା, ମ୍ୟୁନିସିପାଲିଟି ଛକ, କଚେରୀ ଛକ ଓ ଜେଲ ଛକ ରେ ସତାଧିକ ବିଜେପି କର୍ମୀ, ସମର୍ଥକ, ସାମାଜିକ ଓ ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଓ ସାଧାରଣ ନାଗରିକ ତାଙ୍କୁ ସ୍ୱାଗତ ସମ୍ମାର୍ଦ୍ଧନା କରିଥିଲେ ।

କଚେରୀ ଛକ ସ୍ଥିତ ସହିଦ ସ୍ତମ୍ଭରେ ଓ ଜେଲ ଛକ ସ୍ଥିତ ବୀର ସୁରେନ୍ଦ୍ର ସାଏ ଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପାର୍ଘ୍ୟ ଦେଇ ସହିଦ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଜେଲ ଛକ ଠାରେ ଆୟୋଜିତ ସମ୍ମାର୍ଦ୍ଧନା ସଭା ରେ ଡ଼. ଶ୍ୟାମା ପ୍ରସାଦ ମୂଖର୍ଜୀ ଙ୍କ ବଳିଦାନ ଦିବସ ଅବସରେ ରେ ଦୀପ ପ୍ରଜ୍ବଳନ କରି ପୁଷ୍ପାର୍ଘ୍ୟ ଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ସଭା ସ୍ଥଳ ରେ ଉପସ୍ଥିତ ବିଜେପି କର୍ମୀ ପଦାଧିକାରୀ ସାଧାରଣ ଜନତା ଙ୍କୁ ଦେଇଥିବା ନିଜର ଅଭିଭାଷଣ ରେ ଶ୍ରୀ ପୂଜାରୀ କହିଥିଲେ ଯେ…ହଜାର ହଜାର ଲକ୍ଷ ଲକ୍ଷ ବିଜେପି କର୍ମୀ ଙ୍କ ଅକ୍ଲାନ୍ତ ପରିଶ୍ରମ ଓ ବଳିଦାନ ଯୋଗୁଁ ଆଜି ରାଜ୍ୟ ରେ ଏକକ ସଂଖ୍ୟା ଗରିଷ୍ଠତା ସହିତ ଆମେ ସରକାର ରେ ଆସିପାରିଛୁ । ରାଜ୍ୟ ରୁ ଅମଲାତାନ୍ତ୍ରିକ, ଅହଙ୍କାରୀ, ଭ୍ରଷ୍ଟାଚାରୀ, ଦୁର୍ନୀତିଗ୍ରସ୍ତ ସରକାରୀ ବ୍ୟବସ୍ଥା ର ଅନ୍ତ ହୋଇସରିଛି । ରାଜ୍ୟ ରେ ଏବେ ଏକ ଗଣତନ୍ତ୍ର ସର୍ବସ୍ବ ଲୋକାଭିମୁଖି ଓ ଜନକଲ୍ୟାଣକାରୀ ସରକାର ର ଗଠନ ହୋଇ ସରିଛି । ନିର୍ବାଚନ ସମୟରେ ଦିଆଯାଇଥିବା ସମସ୍ତ ପ୍ରତିଶୃତି କୁ ଆମେ ଅକ୍ଷରେ ଅକ୍ଷରେ ପାଳନ କରିବୁ । ରାଜ୍ୟ ର ପ୍ରତ୍ୟେଜ କୋଣ ଅନୁକୋଣ ରେ ସରକାର ପହଞ୍ଚିବା ସହ ରାଜ୍ୟ ର ସାମଗ୍ରିକ ବିକାଶ ଆମର ଲକ୍ଷ ।

ଆଜି ମୋର କର୍ମ ଭୂମି ସମ୍ବଲପୁର ରେ ଲୋକଙ୍କର ଭଲ ପାଇବା ଦେଖି ମୁଁ ଆତ୍ମ ବିଭୋର ଓ ମୁଁ ଏ ପୁଣ୍ୟ ପବିତ୍ର ମାଟି ପ୍ରତି ଚିରଋଣୀ ହୋଇ ରହିବି । ମୁଁ ସମ୍ବଲପୁର ର ସବୁ ସୁଖ ଦୁଃଖ ରେ ସାମିଲ ରହିଛି ଓ ରହିଥିବି । ସେ ହାଇ କୋର୍ଟ ଆନ୍ଦୋଳନ ରେ ଆଇନଜୀବୀ ଙ୍କ ଉପରେ ହୋଇଥିବା ଅକଥନୀୟ ଅତ୍ୟାଚାର ସମୟରେ ହେଉ କି ହନୁମାନ ଜୟନ୍ତୀ ର ଅଘଟଣ ସବୁବେଳେ ମୁଁ ସମ୍ବଲପୁରବାସୀ ଙ୍କ ସହିତ ରହିଛି । ବିଗତ ସରକାର ମନେ ପଶ୍ଚିମାଞ୍ଚଳ ପ୍ରତି ଯେଉଁ ବୈମାତୃକ ମନୋଭାବ ପୋଷଣ କରି ଆସୁଥୁଲେ ଏବେ ତାହା ହେବାକୁ ଦେବି ନାହିଁ । ପଶ୍ଚିମାଞ୍ଚଳବାସୀ ଙ୍କୁ ତାଙ୍କର ସମସ୍ତ ନ୍ୟାର୍ଯ୍ୟ ଅଧିକାର ଦେବାରେ ମୁଁ ଅଗ୍ରଣୀ ଭିମିକା ଗ୍ରହଣ କରିବି ଲ
ଆଜିର କାର୍ଯ୍ୟକ୍ରମ ରେ ସିମାଞ୍ଚଳ ଖଟେଇ, ଗୋବିନ୍ଦ ଅଗ୍ରୱାଲ, ସୁଧୀର ପୂଜାରୀ, ସରୋଜ କୁମାର ସାହୁ, ରିକନ ପଟ୍ଟନାୟକ, ସୂର୍ଯ୍ୟ ପାଣିଗ୍ରାହୀ, ଶ୍ରୀକାନ୍ତ ପାଣିଗ୍ରାହୀ, ଦେଓ କିରଣ ପଟ୍ଟନାୟକ, ମାନସ ରଞ୍ଜନ ବକ୍ସି, ରିକି ବେହେରା, ଘନଶ୍ୟାମ ପଟେଲ, ସୁଶାନ୍ତ ପୁରୋହିତ, ସରୋଜ ଦଲପତ, ନମ୍ରସକାନ୍ତ ପଟ୍ଟନାୟକ, ମୁକେଶ ଜରିୱାଲ, ଦାମୋଦର କର, ସଞ୍ଜୟ ଷଡ଼ଙ୍ଗୀ, ଶମ୍ଭୁ ବରେଲିଆ, ପରାଗ ଅଗ୍ରୱାଲ, ରାମଦାସ ପଣ୍ଡା, ମନୋଜ ପଲସନିଆ, ସବିତା ନନ୍ଦ, ଆରତୀ ବରାଡ଼, ସରୋଜିନୀ ବନଛୋର, ସୁଜାତା ଗୁରୁ, ହରିପ୍ରିୟା ସିଂ, ଅମୁଲ୍ୟ ସାହୁ, ରୁନୁ ପ୍ରଧାନ ପ୍ରମୁଖ ସାମିଲ ଥିଲେ ।

error: Content is protected !!