Saturday, March 7, 2026
Homeରାଜ୍ୟହେପି ପାଇକମାଲ ପକ୍ଷରୁ ରକ୍ତଦାନ ଶିବିର:୩୪ ୟୁନିଟ ରକ୍ତ ସଂଗୃହିତ।

ହେପି ପାଇକମାଲ ପକ୍ଷରୁ ରକ୍ତଦାନ ଶିବିର:୩୪ ୟୁନିଟ ରକ୍ତ ସଂଗୃହିତ।

ପାଇକମାଲ-ରକ୍ତଦାନ ଜୀବନ ଦାନ ,ରକ୍ତଦାନ ମହତ ଦାନ ଏହାକୁ ପାଥେୟ କରି ତଥା ପଦ୍ମପୁର ରକ୍ତ ଭଣ୍ଡାରରେ ଥିବା ରକ୍ତର ଅଭାବକୁ ଦୂର କରିବା ପାଇଁ ବରଗଡ଼ ଜିଲ୍ଲା ପାଇକମାଲରେ ଥିବା ହେପି ପାଇକମାଳ ଅନୁଷ୍ଠାନ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ।

ଏହି ଶିବିରରେ ମୋଟ ୩୪ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ହେପି ପାଇକମାଳର ଉପଦେଷ୍ଟା ୟୋଗେଶ୍ ଅଗ୍ରୱାଲ, ରୋଷଣ ପାଣିଗ୍ରାହୀ, କୁନ୍ଦନ୍ ପ୍ରଧାନ, ମାନସ ରଞ୍ଜନ ନାୟକ, ସେସଦେବ ରଣା, ରୁଦ୍ଧାନନ୍ଦ ସାହୁ ଓ ଶୁଭମ୍ ଶ୍ରୀ ଚନ୍ଦନ ସା ଙ୍କ ନେତୃତ୍ୱରେ ଏବଂ ପାଇକମାଳ ଅଞ୍ଚଳବାସୀଙ୍କ ସହଯୋଗରେ ଏହି ରକ୍ତ ଦାନ ଶିବିର ଆୟୋଜିତ ହୋଇଥିଲା ।

ପଦ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀ ସଂଗ୍ରାମ କେଶରୀ ମହନ୍ତ ଓ ତାଙ୍କ ସହକର୍ମୀ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।ନିୟମିତ ଅନ୍ତରାଳରେ ଏହି ଭଳି ରକ୍ତ ଦାନ ଶିବିର ଆୟୋଜନ କରାଯିବ ବୋଲି ହେପି ପାଇକମାଲର ସଭାପତି ୟୋଗେଶ୍ ଅଗ୍ରୱାଲ ସୂଚନା ଦେଇଛନ୍ତି ।

error: Content is protected !!