Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିକ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ।

କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ।

ପଦ୍ମପୁର – ଗ୍ରୀଷ୍ମ ଅବକାଶ ପରେ ଆଜି ସମଗ୍ର ବରଗଡ ଶିକ୍ଷାଜିଲ୍ଲା ର ବିଭିନ୍ନ ସ୍ଥାନରେ କ୍ଳଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ରାଜବୋଡାସମ୍ବର ବ୍ଲକ୍ ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ଭୋଇ ବିଭିନ୍ନ କ୍ଲଷ୍ଟର ପରିଦର୍ଶନ କରି ବୈଠକ ମନିଟରିଙ୍ଗ କରିଛନ୍ତି।

ଶ୍ରୀଯୁକ୍ତ ଭୋଇ ବାଜେନମୁଣ୍ଡା ଠାରେ ଅନୁଷ୍ଠିତ ସଭା ଉଦଘାଟନ କରି ପ୍ରଧାନଶିକ୍ଷକ ମାନଙ୍କୁ ଉତ୍କୃଷ୍ଟ ଶିକ୍ଷାଦାନ ଉପରେ ଗୁରୁତ୍ୱ ପ୍ରଦାନ କରିବା ସହ ନୂତନ ରଣନୀତି ଅବଲମ୍ବନ କରି କିପରି ଆମ ବ୍ଲକଟି ସର୍ବଶ୍ରେଷ୍ଠ ବ୍ଲକ୍ ରେ ପରିଣତ କରିପାରିବା ତାହା ଉପରେ ସମସ୍ତ ପ୍ରଧାନଶିକ୍ଷକ ମାନଙ୍କର ଉଚିତ୍ ସହଯୋଗ କାମନା କରିଥିଲେ। ଏହି ଅବସରରେ ଏବିଇଓ ଶ୍ରୀ ଶିବପ୍ରସାଦ ଯୋଶୀ ମଧ୍ୟ ଗୁଣାତ୍ମକ ଶିକ୍ଷା ଉପରେ ତାଙ୍କର ଅଭିମତ ରଖିଥିଲେ।

error: Content is protected !!