Saturday, March 7, 2026
Homeଅଘଟଣସତଲମା ମହାବିଦ୍ଯାଳୟରେ ଶ୍ରଦ୍ଧାଞ୍ଜଳୀ ସଭା ।

ସତଲମା ମହାବିଦ୍ଯାଳୟରେ ଶ୍ରଦ୍ଧାଞ୍ଜଳୀ ସଭା ।

ବରପାଲି – ବରପାଲି ବ୍ଲକ ସତଲମା ମାଧ୍ଯମିକ ଉଚ୍ଚ ବିଦ୍ୟାଳୟ ପରିସରରେ କାର୍ଯ୍ଯରତ ରାଜନୀତି ବିଜ୍ଞାନ ବିଭାଗ ମୂଖ୍ଯ ଅଧ୍ଯାପକ ଲଲିତ କୁମାର ମେହେରଙ୍କ ଦେହାନ୍ତ ଯୋଗୁ ଏକ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜିତ ହୋଇଯାଇଛି। ବିଦ୍ୟାଳୟ ଅଧ୍ଯକ୍ଷ ଲିଙ୍ଗରାଜ ବେହେରାଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା।

ମୁଖ୍ୟଅତିଥି ଭାବରେ ପୁର୍ବତନ ପରିଚାଳନା ସଭାପତି ଚଞ୍ଚଳ ପଧାନ ଯୋଗଦେଇ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ। ଓଡିଆ ବିଭାଗ ମୂଖ୍ଯ ଅଧ୍ଯାପକ ଲୋକବନ୍ଧୁ ପଧାନଙ୍କ ସଂଯୋଜନାରେ ସଭାକାର୍ଯ୍ଯ ସଂଚାଳିତ ହୋଇଥିଲା। ସମ୍ମାନିତ ଅତିଥି ଭାବରେ ପରିଚାଳନା ସଦସ୍ଯ ଅଧିକାରୀ ଭୋଇ, ଅଧ୍ୟାପିକା ସମ୍ପଦା ସିଂହନା, ଚେତନା ପ୍ରଧାନ, ଅସୀମା କର୍ମି, ଦେବାଶିଷ ଦାଶ, ଶ୍ୟାମସୁନ୍ଦର ଭୁଏ, ବାବୁଲୁ ତ୍ରିପାଠୀ, ପଞ୍ଚାନନ ବେହେରା, ସୁଶାନ୍ତ ତ୍ରିପାଠୀ, ମୀନକେତନ ରଣା, ଅଶୋକ ସାହୁ, କୂଳରଞ୍ଜନ ସା ପ୍ରମୁଖ ଉପସ୍ଥିତ ରହି

ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ଅବସରରେ ଅତିଥି ଓ ସହକର୍ମି ମାନଙ୍କ ସମେତ ଛାତ୍ରଛାତ୍ରି ମାନେ ଲଲିତ ବାବୁଙ୍କ ସହଯୋଗି ମନୋଭାବ,ଅଧ୍ଯାପନାଶୈଳୀ,ଛାତ୍ର ବତ୍ସଳତା,ପରିଚାଳନାଗତ ସହଯୋଗିତା ଓ ଜିବନଶୈଳି ଉପରେ ଆଲୋଚନା କରିଥିଲେ।

error: Content is protected !!