ପଦ୍ମପୁର-ପ୍ଲେ ବୋର୍ଡ ରେ ଲେଖା ହୋଇଛି ପକ୍ଷୀ ମାରିବା ମନା ଓ ଗାଧୁଆ ଘାଟକୁ ସଫା ରଖିବା । ଆଜିର ଦିନରେ ପରିବେଶ ଦୁଷିତ ହେବା ସାଙ୍ଗେ ବିଭିନ୍ନ ପ୍ରଜାତିର ପକ୍ଷୀ ଲୋପ ପାଇବାକୁ ଲାଗିଲେଣି। ଦିନକୁ ଦିନ ଯେତେ ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର ୱରଲେସ ଯାହା ଦ୍ଵାରା ଫୋନ ଯୋଗାଯୋଗ ହୋଇ ପାରୁଛି ମଣିଷ ନିଜର ସ୍ବାର୍ଥ ଦେଖି ସଵୁ ସୁଵିଧା ଖୋଜୁଛି ହେଲେ ତା ଦ୍ୱାରା ଅନେକ ପ୍ରଜାତିର ପକ୍ଷୀ ଲୋପ ପାଇବାରେ ବସିଲେଣି । ଗଛ,ପାହାଡ଼, ଜଙ୍ଗଲ ଧ୍ବଂସ କରି ସାରିଲାଣି ମଣିଷ ।
ମାଂସହାରୀ ମଣିଷ ବନ୍ଧୁକ ମୁନରେ ପକ୍ଷୀ ମାନଙ୍କୁ ହତ୍ୟା କରି ଦେଉଛି। କିନ୍ତୁ ଏହି ସମୟରେ ବରଗଡ଼ ଜିଲ୍ଲାର ବିଜେପୁର ବ୍ଲକ ଅନ୍ତର୍ଗତ କେଉଁଟିପାଲି ଗ୍ରାମର ବିଶିଷ୍ଟ ଓଡ଼ିଆ ଅଧ୍ୟାପକ ପ୍ରଫୁଲ୍ଲ ପଧାନ ରେଡିଏନ୍ସ କଲେଜ, ବିଜେପୁରରେ ଅଧ୍ୟାପନା କଲେ ମଧ୍ୟ ସେ ପକ୍ଷୀ ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ ଆଜି ସମୟରେ ସମାଜରେ ଅଣ୍ଟା ଭିଡିଛନ୍ତି। ନିଜ ଗାଁ ର ପୋଖରୀ ରେ ପକ୍ଷୀ ମାରିବା ମନା ଵଲି ପ୍ଲେ ବୋର୍ଡ ଲେଖିଛନ୍ତି। ଗାଧୁଆ ତୁଠ ସଫା କରିବା ପାଇଁ ମଧ୍ୟ ପ୍ରଵତ୍ତାଇଛନ୍ତି । ଏହି କାର୍ଯ୍ୟରେ ଯେତେ ବି ବାଧା ହେଲେ ମଧ୍ଯ ପଛଘୁଞ୍ଚା ଦେଇନାହାନ୍ତି।ନିଜେ ଦିନକୁ ଦୁଇ ଥର ଗାଁ ପୋଖରୀ ସଫା କରନ୍ତି ଓ ସେହି ସ୍ଥାନର ନାମ ପକ୍ଷୀ ବିହାର ରଖିଛନ୍ତି।
ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଛାତ୍ରଛାତ୍ରୀ ଓ ସହକର୍ମୀ ଉପାଧ୍ୟକ୍ଷ ସଞ୍ଜୟ ବାରିକଙ୍କ ସହ ପରିବେଶ ସୁରକ୍ଷା ଉପରେ ଆଲୋଚନା କରନ୍ତି। ସକାଳ ସନ୍ଧ୍ୟା କି ମନୋରମ ଦୃଶ୍ୟ ଦେଖିବାକୁ ମିଳେ ସେହି ପକ୍ଷୀ ବିହାରରେ ଅନେକ ପ୍ରଜାତିର ପକ୍ଷୀ ଦେଖା ଯାଆନ୍ତି। ବାସ୍ତବିକ ଏପରି ପ୍ରକୃତି ପ୍ରେମୀ ପ୍ରଫୁଲ୍ଳୀତ ମଣିଷ ଆଜିର ସମୟରେ ଦେଖିବାକୁ ବିରଳ। ପକ୍ଷୀ ସୁରକ୍ଷା, ସଂରକ୍ଷଣ ଓ ପରିବେଶ ସୁରକ୍ଷା ଜନସଚେତନତା ମୁଖ୍ୟ ଉଦ୍ଦେଶ୍ୟ ଓ ମୋର ପ୍ରିୟ ଶିଷ୍ୟ ଆଶିଷ ଜ୍ୟୋତିଷ ଏହି କାର୍ଯ୍ୟରେ ମୋଠାରୁ ମଧ୍ୟ ଅଧିକ ତତ୍ପର ବୋଲି କହିବା ସଙ୍ଗେ ସଙ୍ଗେ ଗାଁ ପୋଖରୀ ଆହୁରି ମନୋରମ ହେବ ବୋଲି ମତ ରଖିଛନ୍ତି ଶ୍ରୀଯୁକ୍ତ ପଧାନ।