ନୂଆପଡ଼ା(ଡୋଲେଶ୍ଵର ବାଗ)-ନୂଆପଡ଼ା ଜିଲ୍ଲା ଏକ ମରୁଡି ପ୍ରବଣ ଜିଲ୍ଲା ଅଟେ। ଜିଲ୍ଲା ରେ କୃଷି କାର୍ଯ୍ୟ ବର୍ଷା ଜଳ ଉପରେ ନିର୍ଭରଶୀଳ ହୋଇଥିବା ବେଳେ ଦୁଇ ଗୋଟି ବୃହତ୍ ଜଳ ସେଚନ ପ୍ରକଳ୍ପ, ଗୋଟିଏ ମାଧ୍ୟମ ଏବଂ ଅନେକ କ୍ଷୁଦ୍ର ଜଳସେଚନ ବ୍ୟବସ୍ଥା ରହିଅଛି। ପାଇପ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଚାଲୁ ଥିବା ବେଳେ ଚାଷୀ ବର୍ଷା ଜଳ ରେ ନିର୍ଭରଶୀଳ। ଜୁନ ମାସ ରେ ଜିଲ୍ଲାର ସ୍ବାଭାବିକ ବର୍ଷା ୧୭୭.୨ ମିମି ରେକର୍ଡ ରହିଥିବା ବେଳେ ବିଗତ ବର୍ଷ ମାନଙ୍କ ରେ ଅଧିକ ବୃଷିପାତ ହୋଇଅଛି।
୨୦୨୦ ମସିହାରେ ୨୯୭.୩୮ ମିମି ବୃଷ୍ଟିପାତ ହୋଇଅଛି। ୨୦୨୧ ମସିହାରେ ୧୮୧.୩୪ ମିମି ବୃଷ୍ଟିପାତ ହୋଇଅଛି। ୨୦୨୨ ମସିହାରେ ୧୫୭.୧ ମିମି ବୃଷ୍ଟିପାତ ହୋଇଅଛି। ସେହିପରି ୨୦୨୩ ମସିହାରେ ୧୨୫.୯୬ ମିମି ବୃଷ୍ଟିପାତ ହୋଇଅଛି। ଚଳିତ ବର୍ଷ ଜିଲ୍ଲା ରେ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ମସିହାରେ ୩୭.୮ ମିମି ବୃଷ୍ଟିପାତ ହୋଇଅଛି। ପ୍ରାରମ୍ଭିକ ଚାଷ କାର୍ଯ୍ୟ ଅନେକ ବିଳମ୍ୱ ହୋଇଅଛି। ଚାଷୀ ମାନେ ଚାଷ ପୂର୍ବରୁ ପ୍ରସ୍ତୁତି ମଧ୍ୟ ହେବା ରେ ବିଳମ୍ୱ ଦେଖାଯାଉଛି।