କଣ୍ଟାବାଞ୍ଜି – ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନବନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗ ଶନିବାର ଦିନ ଅଚାନକ କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନା ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ଡାକ୍ତରଖାନାର ରୋଗୀମାନେ ପ୍ରବଳ ଗରମରେ ଅସହ୍ୟ ହୋଇପଡୁଥିବାର ଦେଖିବାକୁ ପାଇଥିଲେ ।
ଏପରିକି ବିଭିନ୍ନ ୱାର୍ଡରେ ଥିବା ରୋଗୀମାନେ ଗରମ ଯୋଗୁଁ କଳବଳ ହେଉଥିବାର ଅନୁଧ୍ୟାନ କରି ଡାକ୍ତରଖାନାର ସୁପରିନଟେଣ୍ଡେଟ୍ ଡାକ୍ତର ରାକେଶ ପଣ୍ଡିତ ସହ ବିଚାର ବିମର୍ଷ କରି ସମସ୍ୟା ଗୁଡିକ ଉପରେ ଅବଗତ ହୋଇଥିଲେ । ମୁଖ୍ୟତଃ ଚଳିତ ଗ୍ରୀଷ୍ମର ପ୍ରବଳ ଖରାରରେ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ପ୍ରତ୍ୟେକ ୱାର୍ଡରେ କୁଲର୍ର ଆବଶ୍ୟକତା ଅନୁଭବ କରି ସୋମବାର ଦିନ ନିଜେ ବ୍ୟକ୍ତିଗତ ଭାବେ ୫ଟି କୁଲର୍ ଦାନ କରିଛନ୍ତି ।
ଏହି କୁଲର୍ଗୁଡିକ ଡାକ୍ତର ପଣ୍ଡିତଙ୍କ ଉପସ୍ଥିତିରେ ଆବଶ୍ୟକ ଥିବା ୱାର୍ଡ ମାନଙ୍କରେ ଲଗାଯାଇଛି । କୁଲର୍ ଦାନ ଦେବା ବେଳେ ବିଜେପି ବଲାଙ୍ଗିର ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ଘାସିରାମ ଜୈନ, ବେଦବ୍ୟାସ ନାଗ, ପ୍ରଦିପ ବାଗ, ମୟ ବାଗ, ଦେବରାଜ ସିଂ, କାହ୍ନୁ ଘିଭେଲା, ସଂଦିପ ଅଗ୍ରୱାଲ, ପିଂଟୁ ଅଗ୍ରୱାଲ ଉପସ୍ଥିତ ଥିଲେ ।