Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିସିନାପାଲିରେ କବି ଚଣ୍ତିଚରଣ ବିଶି ଜୟନ୍ତୀ ପାଳିତ ।

ସିନାପାଲିରେ କବି ଚଣ୍ତିଚରଣ ବିଶି ଜୟନ୍ତୀ ପାଳିତ ।

ନୂଆପଡ଼ା(ଡୋଲେଶ୍ଵର ବାଗ)-ସ୍ଥାନୀୟ ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ସିନାପାଲି ହାଇସ୍କୁଲର ଏନସିସି କକ୍ଷରେ ସୋମବାର କବି ଚଣ୍ତିଚରଣ ବିଶିଙ୍କ ଜନ୍ମଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ଓଡ଼ିଆ ସାହିତ୍ଯ ଭଣ୍ତାରକୁ କବିଙ୍କ ମହତ୍ୱପୂର୍ଣ୍ଣ ଅବଦାନକୁ ସ୍ମରଣ କରାଯିବା ସହ ଓଡ଼ିଶା ଛତିଶଗଡ଼ ସୀମାରେ ଓଡ଼ିଆ ଭାଷା ଓ ସାହିତ୍ଯର ସୁରକ୍ଷାରେ କବି ଚଣ୍ତିଚରଣଙ୍କ କୄତି ଅନନ୍ଯ ବୋଲି ମତ ପ୍ରକାଶ ପାଇଥିଲା।

ସଭାରେ ଉପସ୍ଥିତ ସାରସ୍ୱତ ସମିତିର ସଭାପତି ବୈଷ୍ଣବ ମେହେର, ସଂପାଦକ ତରୁଣ କୁମାର ମେହେର, ସହସଂପାଦକ ଲଳିତ କୁମାର ସୂନାରୀ, ପ୍ରଦ୍ଯୁମ୍ନ କୁମାର ସିଂ ଚିନ୍ଦା, ପ୍ରେମାନନ୍ଦ ମେହେର, ରଶ୍ମୀରଞ୍ଜନ ସା ପ୍ରମୁଖ କବିଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

error: Content is protected !!