Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିପାଇକମାଲ ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଏକାଡେମିକ୍ ଉତ୍କର୍ଷ ପୁରସ୍କାର ।

ପାଇକମାଲ ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଏକାଡେମିକ୍ ଉତ୍କର୍ଷ ପୁରସ୍କାର ।

ପାଇକମାଲ – ତିନି ଦିନ ବ୍ୟାପି ନବୋଦୟ ବିଦ୍ୟାଳୟ ସମିତି, ଭୋପାଳ କ୍ଷେତ୍ରୀୟ ମଣ୍ଡଳ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ତିନି ଦିନିଆ ଅଧ୍ୟକ୍ଷ କର୍ମଶାଳାରେ ପାଇକମାଳ ଜବାହର ନବୋଦୟ ବିଦ୍ୟାଳୟକର ଅଧ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ତ୍ରିପାଠୀଙ୍କୁ ୨୦୨୩ -୨୦୨୪ ବର୍ଷର ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳର ଉତ୍ତମ ପ୍ରଦର୍ଶନ ନିମନ୍ତେ ଏକାଡେମିକ୍ ଉତ୍କର୍ଷ ପୁରସ୍କାର ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟଯେ ୨୦୨୩ -୨୦୨୪ ବର୍ଷର ଦଶମ ଶ୍ରେଣୀ ପରୀକ୍ଷାରେ ପାଇକମାଳ ନବୋଦୟ ବିଦ୍ୟାଳୟରେ ପାସହାର ଶତ ପ୍ରତିଶତ ସହିତ ପ୍ରଥମ ସ୍ଥାନ ମଧ୍ୟ ଶତ ପ୍ରତିଶତ ରହିଥିଲା ତାସାଙ୍ଗକୁ ୯୮.୨୦ ପ୍ରତିଶତ ମାର୍କ ରଖି ଜଣେ ବିଦ୍ୟାର୍ଥୀ ବିଦ୍ୟାଳୟର ଟପ୍ପର ହେବା ସହିତ ୯୭.୮୦ ପ୍ରତିଶତ ନମ୍ବର ରଖି ତିନିଜଣ ବିଦ୍ୟାର୍ଥୀ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ ।

ତତସହିତ ବିଦ୍ୟାଳୟର ସାମୁହିକ ପ୍ରତିଶତ(କ୍ଲାସ ଏଭରେଜ) ୮୯.୮୦ ଥିଲା ଏବଂ ସମୁଦାୟ ୮୧ ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ୫୨ ଜଣ ନବେ ପ୍ରତିଶତରୁ ଅଧିକ ନମ୍ବର ରଖି ଉତୀର୍ଣ୍ଣ ହୋଇଥିଲେ ଯାହା ଏକ ବିରଳ ରେକର୍ଡ଼ ସାଙ୍ଗକୁ ନବୋଦୟ ବିଦ୍ୟାଳୟର ଭୋପାଳ କ୍ଷେତ୍ରୀୟ ମଣ୍ଡଳ ଅଧୀନରେ ଥିବା ବିଦ୍ୟାଳୟ ମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ଯାହା ଜିଲ୍ଲା ପାଇଁ ଏକ ଗର୍ବ ଓ ଗୌରବର ବିଷୟ । ଏହି ସମ୍ବର୍ଦ୍ଧନା ଉତ୍ସବରେ ନବୋଦୟ ବିଦ୍ୟାଳୟ ସମୂହର ଯୁଗ୍ମ କମିଶନର (ଏକାଡେ଼ମିକ) ଶ୍ରୀଯୁକ୍ତ ଜ୍ଞାନେନ୍ଦ୍ର କୁମାର, ଭୋପାଳ କ୍ଷେତ୍ରୀୟ ମଣ୍ଡଳର ଡେପୁଟି କମିଶନର ଶ୍ରୀମତୀ ମ୍ରିଦୁଲା ତ୍ରିପାଠୀ ତଥା ସହକମିସନର ମାନେ ଉପସ୍ଥିତ ରହି ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ତ୍ରିପାଠୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିବା ସହିତ ଅଧ୍ୟକ୍ଷଙ୍କ କାର୍ଯ୍ୟକୁ ଭୂୟସି ପ୍ରଶଂଶା କରିଥିଲେ ଏବଂ ଏହା ଅନ୍ୟ ମାନଙ୍କ ପାଇଁ ଏହା ଉଦାହରଣ ବୋଲି ମଧ୍ୟ କହିଥିଲେ ।

ଅନ୍ୟ ପଟେ ଛାତ୍ର ଛାତ୍ରୀଙ୍କର ନିଷ୍ଠାପର ଉଦ୍ୟମ, ଶିକ୍ଷକ ଶିକ୍ଷୟିତ୍ରୀଙ୍କର ବହୁବିଧ ପ୍ରୟାସ, ଅନ୍ୟ କର୍ମଚାରୀଙ୍କ ପରିଶ୍ରମ, ଅଭିଭାବକ ମାନଙ୍କ ପ୍ରୟାସ, ଯୋଗଦାନ ଓ ଅଗାଧ ବିଶ୍ୱାସ ତଥା ବିଦ୍ୟାଳୟର ଚେୟାରମ୍ୟାନ ଶ୍ରୀଯୁକ୍ତ ଆଦିତ୍ୟ ଗୋଏଲ ତଥା ଭୋପାଳ କ୍ଷେତ୍ରୀୟ ମଣ୍ଡଳର ସମସ୍ତ ଅଧିକାରୀ ମାନଙ୍କର ମାର୍ଗଦର୍ଶନ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ତ୍ରିପାଠୀ ପ୍ରକାଶ କରିବା ସହିତ ସମସ୍ତଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି ।

error: Content is protected !!