Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଆଇନ ଛାତ୍ର ଆଶିଷ ଜ୍ୟୋତିଷ ପ୍ରୟାସ : ପରିବେଶ ସୁରକ୍ଷା ନିମନ୍ତେ ପ୍ଲାଷ୍ଟିକ ବର୍ଜନ ପାଇଁ...

ଆଇନ ଛାତ୍ର ଆଶିଷ ଜ୍ୟୋତିଷ ପ୍ରୟାସ : ପରିବେଶ ସୁରକ୍ଷା ନିମନ୍ତେ ପ୍ଲାଷ୍ଟିକ ବର୍ଜନ ପାଇଁ ଲୋକଙ୍କୁ କରୁଛନ୍ତି ନିବେଦନ।

ପଦ୍ମପୁର-ମାଟିରେ ମିଳାଉ ନ ଥୁବ ଥିବା ପ୍ଲାଷ୍ଟିକ, ଧୂଳି, ଧୂଆଁ ଓ ଶିଳ୍ପ ସଂସ୍ଥାରୁ ନିର୍ଗତ ବର୍ଜ୍ୟ ବସ୍ତୁ ଯୋଗୁ ବାୟୁମଣ୍ଡଳ ଦିନ‌କୁ ଦିନ ପ୍ରଦୂଷିତ ହେବାରେ ଲାଗିଛି। ଏହାଦ୍ବାରା ମଣିଷ ସ୍ବଚ୍ଛ ପବନରେ ନିଃଶ୍ବାସ ପ୍ରଶ୍ବାସ ନେଇପାରୁନାହିଁ। ଫଳରେ ଲୋକେ ବିଭିନ୍ନ ଦୁରାରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହି ପରିବେଶକୁ ପ୍ରଦୂଷଣମୁକ୍ତ ରଖିବାପାଇଁ ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାଵାହାଲ ପଞ୍ଚାୟତ ଅଧିନରେ ଥିବା ଯୁଵାଖୋଲ ଗ୍ରାମର ଯୁବକ ଆଶିଷ ଜ୍ୟୋତିଷ ଉଦ୍ୟମ କରି ଚାଲିଛନ୍ତି। ସେ ଆଇନ ପାଢ ପଢୁଛନ୍ତି, ବ୍ୟସ୍ତ ଜୀବନରୁ କିଛି ସମୟ ବାହାର କରି ପ୍ରତି ରବିବାର ଦିନ ମନ୍ଦିର, ବିଦ୍ୟାଳୟ ଓ ସର୍ବସାଧାରଣ ସ୍ଥାନରୁ ପ୍ଲାଷ୍ଟିକ ଗୋଟାଇ ଏକତ୍ରିତ କରନ୍ତି ।

ଏତଦ୍‍ବ୍ୟତୀତ ଖୋଲାସ୍ଥାନ ଓ ନ‌ଦୀବନ୍ଧ ମାନଙ୍କରେ ନିଜର ସ୍ବଳ୍ପ କିଛି ଟଙ୍କା ଖର୍ଚ୍ଚକରି ଚାରାରୋପଣ କରନ୍ତି । ଅନ୍ୟପଟେ ମନ୍ଦିର ଯିବା ସମୟରେ ପଲିଥିନ ବଦଳରେ କାଠ ଚାଙ୍ଗୁଡି ବ୍ୟବହାର କରିବା ପାଇଁ ଲୋକଙ୍କୁ ସଚେତନ କରିଥାନ୍ତି । ଆଶିଷ ଜ୍ୟୋତିଷ ପଡିଥିବା ପ୍ଲାଷ୍ଟିକ ,ପରିବା , ରାଶନ ସାମଗ୍ରୀ କିଣିଲା ବେଳେ କପଡା ବ୍ୟାଗ ବ୍ୟବହାର କରିବା ଓ ବ୍ୟବସାୟୀ ଭାଇମାନଙ୍କୁ କାଗଜ ଠୁଙ୍ଗାରେ ଜିନିଷ ପ୍ରବର୍ତ୍ତାଇବା, ଘରୁ ବାହାରୁଥିବା ଅଳିଆ ଆବର୍ଜନାକୁ ଏଣେତେଣେ ନ ପକାଇ ଡଷ୍ଟବିନରେ ପକାଇବା ପାଇଁ ଜନସାଧାରଣଙ୍କୁ ସଚେତନ କରାଇଥାନ୍ତି।

error: Content is protected !!