Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିପ୍ରକୃତିବନ୍ଧୁ ଧନେଶ୍ଵର ଙ୍କୁ ସମ୍ମାନିତ କରି ଅସମ୍ମାନ କରୁଛି ବନ ବିଭାଗ !

ପ୍ରକୃତିବନ୍ଧୁ ଧନେଶ୍ଵର ଙ୍କୁ ସମ୍ମାନିତ କରି ଅସମ୍ମାନ କରୁଛି ବନ ବିଭାଗ !

ସୋହେଲା(ଅରୁଣ ମେହେର)- ଗଛ ଲଗାଅ ପରିବେଷ ଵଞ୍ଚାଅ ବାର୍ତ୍ତା ନେଇ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବରଗଡ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ତବଡା ପଞ୍ଚାୟତର କେର୍ମେଲି ଗ୍ରାମର ଧନେଶ୍ଵର ସାହୁ ବିନା ସ୍ବାର୍ଥରେ ଗଛ ଲଗାଇ ନିଜ ପୁଅ ଝିଅ ପରି ଜତ୍ନ ନେଇଥାନ୍ତି । ଗରିବ ଶ୍ରେଣୀର ଧନେଶ୍ଵର ଦୀର୍ଘ ୩୦ ବର୍ଷ ହେବ ଗ୍ରାମର କୋଣ ଅନୁକୋଣେ ଏଯାବତ ପାଖାପାଖି ୧୨୦୦୦ ରୁ ଅଧିକ ଗଛ ଲଗାଇଛନ୍ତି ।

ରାସ୍ତା କଡ ହେଉ ବା ଜଙ୍ଗଲ ଜମି ହେଉ ବିନା ସ୍ବାର୍ଥରେ ପରିବେଷ ସୁରକ୍ଷା ପାଇଁ ପ୍ରାଣ ପଣେ ସବୁ ବେଳେ ଲାଗିଛନ୍ତି । ସେଥିପାଇଁ ଓଡିଶା ସରକାରଙ୍କ ତରଫରୁ ୨୦୧୪ ମସିହାରେ ବରଗଡ ଡିଏଫ୍ଓ ଅଫିସରେ ଧନେଶ୍ଵରଙ୍କୁ ପ୍ରକୃତ ବନ୍ଧୁ ପୁରଷ୍କାର ଦିଆଯାଇଥିଲା । ଧନେଶ୍ଵର ବିଭିନ୍ନ ରାଜ୍ୟକୁ ପଦଯାତ୍ରା କରି ଗଛ ଲଗାଅ ପରିବେଷ ବଞ୍ଚାଅ ବାର୍ତ୍ତା ଦେଇ ଲୋକଙ୍କୁ ସଚେତନ କରିଥିଲେ । କିନ୍ତୁ ତାଙ୍କ ଗ୍ରାମ କେର୍ମେଲି ଗ୍ରାମର କିଛି ଖଳ ପ୍ରକୃତିର ଲୋକ ଧନେଶ୍ଵର ଲଗାଇଥିବା ଗଛମାନଙ୍କୁ କାଟି ଦେଇ ସଫା କରିଦେଉଛନ୍ତି । ଗଛ କାଟିବା ପାଇଁ ମନା କଲେ ଓଲଟା ଧନେଶ୍ଵରଙ୍କୁ ଗାଲି ଗୁଳଜ ଦେଇଥାନ୍ତି ।

୭୦ ବର୍ଷ ବୟସରେ ଗଛମାନଙ୍କ ସୁରକ୍ଷା ନିମନ୍ତେ ଏ ଅଫିସ ରୁ ସେ ଅଫିସ ଧାଇଁ ଧାଇଁ ନୟାନ୍ତ ହୋଇଗଲେଣି । ଡିଏଫ୍ଓ ଙ୍କୁ ଏ ବିଷୟରେ ଵାରମ୍ଵାର ଜଣାଇଥିଲେ ହେଁ କନ୍ନପାତ କରୁନାହାନ୍ତି ଯଦ୍ବାରା ତାଙ୍କ ଲଗାଇଥିବା ଗଛ ଲୋକେ କାଟି ଦେଉଛନ୍ତି । ତେଣୁ ସେ ଓଡିଶା ସରକାର ଦେଇଥିବା ପ୍ରକୃତ ବନ୍ଧୁ ପୁରଷ୍କାର ଖୁବ ଶ୍ରୀଘ୍ର ଡିଏଫ୍ଓ ଙ୍କୁ ଫେରାଇଦେବେ କହିଛନ୍ତି ।

error: Content is protected !!