Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିପ୍ରଶାସନ ଶୁଣିଲାନି : ନିଜ ଉଦ୍ୟମରେ ପୋଲ ନିର୍ମାଣ କଲେ ଗ୍ରାମବାସୀ ।

ପ୍ରଶାସନ ଶୁଣିଲାନି : ନିଜ ଉଦ୍ୟମରେ ପୋଲ ନିର୍ମାଣ କଲେ ଗ୍ରାମବାସୀ ।

ଅତାବିରା(ସୁରେନ୍ଦ୍ର କଠାର)- ଅତାବିରା ବ୍ଳକ୍ ଅନ୍ତର୍ଗତ କୁଲୁଣ୍ଡା ଗ୍ରାମ ପଞ୍ଚାୟତ ଅଧୀନ ବାଞ୍ଜିପାଲି ଗ୍ରାମର ଗ୍ରାମବାସୀ ବାରମ୍ବାର ପ୍ରଶାସନ ତଥା ରାଜନେତା କୁ ଅଭିଯୋଗ ସତ୍ତ୍ୱେ କେନାଲ ରାସ୍ତା ମରାମତି ନ ହେବାରୁ ନିଜ ଉଦ୍ୟମରେ ଏକ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏଥିରେ ଗ୍ରାମର ଭଦ୍ରବ୍ୟକ୍ତି ଏଵଂ ବଦାନ୍ୟ ବ୍ୟକ୍ତିଙ୍କ ଆର୍ଥିକ ସହଯୋଗ ତଥା ଗ୍ରାମବାସୀ ଙ୍କ ପାରିଶ୍ରମିକ ସାହାଯ୍ୟରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଏଥିରେ ଗ୍ରାମର ବେଣୁଧର ଭୋଇ, ପ୍ରେମାନନ୍ଦ ଭୋଇ,ଜଗମୋହନ ଭୁଏ,ନନ୍ଦିଘୋଷ ଭୁଏ, ଶଶି ଭୋଇ,ଘାସିରାମ ଭୋଇ ଆଦି ଆର୍ଥିକ ସାହାଯ୍ୟ କରିଥିବା ବେଳେ ସନ୍ତୋଷ ବୁଡେକ୍ , ସୁବ୍ରତ ଭୁଏ, ସୁରଜ ଭୋଇ, ସୁରେନ୍ଦ୍ର ଭୁଏ, ତରଣୀ ସେନ ଛନ୍ଦ,ବଳଦେବ ଭୋଇ,ବୈଦ୍ୟନାଥ ନାୟକ,ଗଜପତି ଭୁଏ, ମଣ୍ଟୁ ଭୁଏ , ଅରବିନ୍ଦ ବାଗ ପ୍ରମୁଖ ଶ୍ରମ ଦାନ କରିଥିଲେ ।

error: Content is protected !!