Saturday, March 7, 2026
Homeଅଘଟଣସିନାପାଲି ଅଞ୍ଚଳର ଦୁଇ ଶ୍ରମିକଙ୍କ ଆନ୍ଧ୍ରପ୍ରଦେଶରେ ସନ୍ଧେହ ଜନକ ମୃତ୍ଯୁ, ହତ୍ୟା ସନ୍ଦେହ ।

ସିନାପାଲି ଅଞ୍ଚଳର ଦୁଇ ଶ୍ରମିକଙ୍କ ଆନ୍ଧ୍ରପ୍ରଦେଶରେ ସନ୍ଧେହ ଜନକ ମୃତ୍ଯୁ, ହତ୍ୟା ସନ୍ଦେହ ।

ନୂଆପଡ଼ା(ଡୋଲେଶ୍ଵର ବାଗ)-ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅଞ୍ଚଳର ଦୁଇ ଦାଦନ ଶ୍ରମିକ ଆନ୍ଧ୍ରପ୍ରଦେଶ ସହର କୁ ଯାଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଶ୍ରମିକ ମାନେ ଝାରବନ୍ଧ ଗ୍ରାମ ପଞ୍ଚାୟତ ସ୍ଥିତ ତିଲେଇମାଳ ଗ୍ରାମର ୨୨ ବର୍ଷିୟ ଜଗଦିଶ ସିଂ ବାବୁ ଓ ୨୦ ବର୍ଷିୟ କେନ୍ଦୁମୁଣ୍ଡା ଗ୍ରାମ ପଞ୍ଚାୟତ ର ଦର୍ଲିପଡା ଗ୍ରାମର ଈଶ୍ୱର ବଘେଲ ବୋଲି ଜଣାପଡ଼ିଛି।

ଆନ୍ଧ୍ରପ୍ରଦେଶର ବିଜେୱାଡା କୁ କାମ କରିବା ପାଇଁ ଗତ ମାର୍ଚ୍ଚ ମାସରେ ଦୁଇ ସାଙ୍ଗ ଯାଇଥିଲେ। ଏକ ମିଠା କମ୍ପାନୀରେ କାମ କରୁଥିଲେ । ରେଳ ଷ୍ଟେସନ ନିକଟରେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ କାରଣ ସ୍ପଷ୍ଟ ଜଣାପଡି ନ ଥିବା ବେଳେ ସହରର ଅନତି ଦୂରରେ ଥିବା ରେଲ ଧାରଣା ନିକଟରେ ଦୁଇ ମୃତ ଦେହ ପଡି ରହିଛି। ସେଠାକାର ରେଲୱେ ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ହତ୍ୟା ସନ୍ଦେହ କରାଯାଉଛି।

ରେଳ ଧାରଣା ନିକଟରେ ମୃତ୍ୟୁ ଘଟିଛି ତାହା ସନ୍ଦେହ ସୃଷ୍ଟି କରିଛି । ରେଳ ଧାରଣା ନିକଟରେ ଦୁଇ ଜଣ ଙ୍କ ଖୋଲା ଚପଲ ଓ ବ୍ୟାଗ ସୁରକ୍ଷିତ ସ୍ଥାନରେ ରହିଥିବାରୁ ଘଟଣା କୁ ଆହୁରି ରହସ୍ୟ କରୁଛି । ଶବ ଗ୍ରାମକୁ ପହଞ୍ଚିବା ପରେ ଶେଷ କୃତ୍ୟ ସଂପନ୍ନ ହୋଇଥିଲା।

error: Content is protected !!